ARTICLE AD BOX
ଭୁବନେଶ୍ୱର: ହିମାଚଳ ପ୍ରଦେଶର ୬,୧୧୧ ମିଟର ଉଚ୍ଚ ମାଉଣ୍ଟ ୟୁନାମ ଗିରିଶୃଙ୍ଗ ସଫଳତାର ସହ ଆରୋହଣ କରିଥିବା ଓଡ଼ିଶାର ମହିଳା ପର୍ବତାରୋହୀ ଦଳ ଆଜି (ସୋମବାର) ଲୋକ ଭବନରେ ଓଡ଼ିଶା ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଆଚାର୍ଯ୍ୟ ବାଲକୃଷ୍ଣଙ୍କ ପର୍ବତାରୋହଣ : ହିମାଳୟରେ କୈଳାସ ଓ ନନ୍ଦୀଙ୍କ ଦର୍ଶନ କଲେ
ଏହି ଅବସରରେ ଦଳର ସଫଳତା ପାଇଁ ସମସ୍ତ ସଦସ୍ୟଙ୍କୁ ରାଜ୍ୟପାଳ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଅଭିଯାନ ସମୟରେ ସେମାନେ ସାମ୍ନା କରିଥିବା ଆହ୍ୱାନ ଓ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ।
ଦଳର ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ମାଉଣ୍ଟ ୟୁନାମ ଶୃଙ୍ଗରେ ପହଞ୍ଚିବାରେ ସଫଳ ହୋଇଥିବା ବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ୬ ଜଣଙ୍କୁ ମଝିରୁ ଫେରିବାକୁ ପଡ଼ିଥିଲା।
ଗ୍ରାମାଞ୍ଚଳ ଆଦିବାସୀ ପିଲାଙ୍କୁ ମିଳୁଛି ପର୍ବତାରୋହଣ ତାଲିମ
ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ରାଜ୍ୟପାଳ କହିବା ସହ ଏହା ଅଧିକ ମହିଳାଙ୍କୁ ପର୍ବତାରୋହଣ ଓ ଅନ୍ୟାନ୍ୟ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ ବୋଲି ଆଶା ପ୍ରକାଶ କରିଥିଲେ।
କ୍ୟାନ୍ସର୍ ବିଜେତାଙ୍କ ଦୁଃସାହସିକ ପର୍ବତାରୋହଣ
ଏହି ଅବସରରେ ଆସୋସିଏସନ ଫର ଆଡଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜ୍ (AASA)ର ଉପସଭାପତି ହରେଶ କୁମାର ମିଶ୍ର ଏବଂ ସଂଘର ସମ୍ପାଦକ ତଥା ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ।

3 days ago
4


