ARTICLE AD BOX
ଦିଲ୍ଲୀର ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାସଭବନରେ ଛୁରୀ ଭୁସି ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ମୁସ୍କାନ। ସେ ଜଣେ ଛାତ୍ରୀ ଓ ମଡେଲ। ପଶ୍ଚିମ ଦିଲ୍ଲୀର ତିଳକନଗରର ଏକ ବିଲ୍ଡିଂର ଦ୍ବିତୀୟ ମହଲାରେ ସେ ତାଙ୍କ ଘରେ ଏକା ଥିବା ସମୟରେ...
/sambad/media/media_files/2026/08/27/27bbs_82_27082026_112-2026-08-27-22-45-25.jpg)
ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାସଭବନରେ ଛୁରୀ ଭୁସି ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ମୁସ୍କାନ। ସେ ଜଣେ ଛାତ୍ରୀ ଓ ମଡେଲ। ପଶ୍ଚିମ ଦିଲ୍ଲୀର ତିଳକନଗରର ଏକ ବିଲ୍ଡିଂର ଦ୍ବିତୀୟ ମହଲାରେ ସେ ତାଙ୍କ ଘରେ ଏକା ଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା।
ଅଭିଯୁକ୍ତ ପୀଡ଼ିତାଙ୍କ ଜିମ୍ ଟ୍ରେନର୍ ବୋଲି ପୁଲିସ କହିଛି। ଅଭିଯୁକ୍ତ ଇମ୍ରାନ୍ ତାଙ୍କୁ ଏକ ଛୁରୀରେ ଆକ୍ରମଣ କରିବାପରେ ସେଠାରୁ ଖସି ପଳାଇଥିଲା। ମୁସ୍କାନ୍ଙ୍କ ଚିତ୍କାର ଶୁଣିବାପରେ ପଡ଼ୋଶୀମାନେ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ। ସେମାନେ ପରେ ତାଙ୍କୁ ହସ୍ପିଟାଲ୍ ନେଇଥିଲେ ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତକୁ ଖୋଜାଚାଲିଛି ବୋଲି ଡିସିପି ଅଭିଷେକ ଗୁପ୍ତା ସାମ୍ବାଦିକମାନଙ୍କୁ କହିଛନ୍ତି। ତଦନ୍ତକାରୀ ଦଳ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


