Murder: ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା: ସ୍ୱାମୀ, ଶାଶୁ ଓ ଶ୍ୱଶୁର ଅଟକ

1 day ago 4
ARTICLE AD BOX

ଝାରପୋଖରିଆ: ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ ଜଣେ ବିବାହିତା ମହିଳାଙ୍କୁ ବେକରେ ଲୁଗା ଲଗାଇ ହତ୍ୟା କରାଯାଇଥିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ହେଲେ ଲିଜାରାଣୀ ପାତ୍ର ଓ ଅଭିଯୁକ୍ତ ସ୍ୱାମୀ ହେଲେ କ୍ଷିତୀଶ ପାତ୍ର।

ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ସଙ୍ଗୀନ ଅଭିଯୋଗ

ପ୍ରାଥମିକ ତଦନ୍ତରୁ ପରକୀୟା ପ୍ରୀତି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଉଥିବା ବେଳେ ମୃତକଙ୍କ ବାପା ଓ ପରିବାର ଲୋକେ ଏହାକୁ ସମ୍ପୂର୍ଣ୍ଣ ରୂପେ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ବାପାଙ୍କ କହିବା ଅନୁଯାୟୀ, ବିବାହ ପରଠାରୁ ୧୦ ଲକ୍ଷ ଟଙ୍କା, ଗାଡ଼ି ଓ ଆସବାବପତ୍ର ଦାବି କରି ତାଙ୍କ ଝିଅ ଉପରେ ଶାଶୁଘର ଲୋକେ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ଏବଂ ଏ ନେଇ ପୂର୍ବରୁ ଥାନାରେ ଆପୋସ ସମାଧାନ ମଧ୍ୟ ହୋଇଥିଲା, ମାତ୍ର ଶେଷରେ ତାଙ୍କୁ ମାରିଦିଆଯାଇଛି। ଖବର ପାଇ ଝାରପୋଖରିଆ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ କ୍ଷିତୀଶ, ଶାଶୁ ଓ ଶ୍ୱଶୁରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

Forest Department: ଚୋରା କାଠ ବୋଝେଇ ପିକଅପ୍ ଜଵତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.