ARTICLE AD BOX
ବାଂଶପାଳ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ସ୍ତ୍ରୀ ଖାଇବାକୁ ନଦେବାରୁ ପିଟି ପିଟି ମାରିଦେଲା ସ୍ୱାମୀ | ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା ହତ୍ୟାକାଣ୍ଡ | ହତ୍ୟା କରିସାରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିଲା ସ୍ୱାମୀ, ଆଜି ମୃତଦେହକୁ ଉଦ୍ଧାର କରିଛି ନୟାକୋଟ ପୋଲିସ | କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କୁଶକଳା କାଳିଆଡ଼ିହି ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ମୃତକ ଜଣକ ହେଉଛନ୍ତି ମେଂଜତି ମୁଣ୍ଡା | ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଗଲୁ ମୁଣ୍ଡାଙ୍କୁ ଥାନାରେ ପୁଲିସ ଅଟକ ରଖିଛି | ଘଟଣାସ୍ଥଳରେ ନୟାକୋଟ ପୋଲିସ ତଦନ୍ତ ଜାରି ରଖିଛି |
ସୂଚନା ଅନୁସାରେ କାଳିଆଡ଼ିହି ସାହିର ଗଲୁ ମୁଣ୍ଡା ମଙ୍ଗଳବାର ଦିନବେଳା କାମକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିଥିଲେ | ନିଶାଶକ୍ତ ଅବସ୍ଥାରେ ଘରକୁ ଆସି ସ୍ତ୍ରୀକୁ ଖାଇବାକୁ ମାଗିଥିଲେ | ସ୍ତ୍ରୀ ମେଂଜତି ମୁଣ୍ଡା ମଧ୍ୟ ନିଶାରେ ଥିଲେ | ତେବେ ଉଭୟଙ୍କ ମଧ୍ୟରେ ହଠାତ ବଚସା ହୋଇଥିଲା |
ଏଥିରେ ଉତ୍ୟକ୍ତ ହୋଇ ସ୍ୱାମୀ ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଇଥିଲେ | ତେବେ ହତ୍ୟା କରି ସାରିବା ପରେ ଗାଁ ନିକଟସ୍ଥ ଏକ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିଲେ |ତେବେ ୪ ଦିନ ପରେ ଆଜି ତାଙ୍କ ପୁଅ ଘଟଣା ବିଷୟରେ ନୟାକୋଟ ପୋଲିସକୁ ଜଣାଇବା ପରେ ପୋଲିସ ଆଜି ରାତିରେ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି | ଅଭିଯୁକ୍ତ ସ୍ୱାମୀ ଗଲୁ ମୁଣ୍ଡାଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି |

59 minutes ago
1


