ARTICLE AD BOX
ଭାରତୀୟ ହିନ୍ଦୁ ଧର୍ମ ଓ ପରମ୍ପରାରେ ତିଳକ ଲଗାଇବାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ପୂଜାପାଠ, ମନ୍ଦିର ଦର୍ଶନ ଓ ବିଭିନ୍ନ ଶୁଭକାର୍ଯ୍ୟ ସମୟରେ କପାଳରେ ତିଳକ ଲଗାଇବା ଏକ ପ୍ରାଚୀନ ପରମ୍ପରା। ଧାର୍ମିକ ବିଶ୍ୱାସ ଅନୁସାରେ, ତିଳକ ଭଗବାନଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ଓ ସମର୍ପଣର ପ୍ରତୀକ। ଏହା ମନକୁ ଶାନ୍ତ ରଖିବା ସହ ଏକାଗ୍ରତା ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ମଧ୍ୟ ମାନ୍ୟତା ରହିଛି।
କିନ୍ତୁ ତିଳକ ଲଗାଇବାର ମଧ୍ୟ କିଛି ନିୟମ ରହିଛି। କେଉଁ ଆଙ୍ଗୁଠିରେ ତିଳକ ଲଗାଇବା ଉଚିତ, କେଉଁ ପ୍ରକାର ତିଳକର କ’ଣ ମହତ୍ତ୍ୱ ଏବଂ କେଉଁ ଗ୍ରହ ପାଇଁ କେଉଁ ତିଳକ ଶୁଭ, ସେ ବିଷୟରେ ଅନେକ ଲୋକେ ଜାଣିନଥାନ୍ତି।
ଜ୍ୟୋତିଷାଚାର୍ଯ୍ୟଙ୍କ ମତ ଅନୁସାରେ, ସ୍ନାନ ପରେ ଶରୀରକୁ ପରିଷ୍କାର ରଖି ତିଳକ ଲଗାଇବା ଉଚିତ। ପ୍ରଥମେ ନିଜ ଇଷ୍ଟଦେବଙ୍କୁ ତିଳକ ଅର୍ପଣ କରିବା ପରେ ନିଜ କପାଳରେ ତିଳକ ଧାରଣ କରନ୍ତୁ। ନିଜେ ତିଳକ ଲଗାଇବା ସମୟରେ ଅନାମିକା ବା ରିଙ୍ଗ୍ ଫିଙ୍ଗର ବ୍ୟବହାର କରିବା ଶୁଭ ଅଟେ। ସେହିପରି ଅନ୍ୟ କାହାକୁ ତିଳକ ଲଗାଇବା ସମୟରେ ବୁଢ଼ା ଆଙ୍ଗୁଠି ବ୍ୟବହାର କରାଯାଏ। ଏହାବ୍ୟତୀତ ତିଳକ ଲଗାଇ ଶୋଇବା ଉଚିତ ନୁହେଁ।
କେଉଁ ତିଳକର କ’ଣ ମହତ୍ତ୍ୱ ରହିଛି?
ହିନ୍ଦୁ ପରମ୍ପରାରେ ବିଭିନ୍ନ ସାମଗ୍ରୀରେ ତିଳକ ଲଗାଇବାର ବିଧି ରହିଛି। ପ୍ରତ୍ୟେକ ତିଳକର ନିଜସ୍ୱ ଧାର୍ମିକ ମହତ୍ତ୍ୱ ରହିଥିବା ବିଶ୍ୱାସ କରାଯାଏ।
• ଧଳା ଚନ୍ଦନ: ମନକୁ ଶାନ୍ତ ରଖିବା ଓ ଏକାଗ୍ରତା ବୃଦ୍ଧି
• ରୋଲି ଓ କୁଙ୍କୁମ: ଆକର୍ଷଣ ଓ ଶୁଭତ୍ୱର ପ୍ରତୀକ
• କେଶର: ନାମ, ଯଶ ଓ ସମ୍ମାନ ବୃଦ୍ଧି
• ଗୋରୋଚନା: କାର୍ଯ୍ୟରେ ସଫଳତା
• ଅଷ୍ଟଗନ୍ଧ: ବିଦ୍ୟା ଓ ବୁଦ୍ଧି ସହ ଏହାକୁ ଯୋଡ଼ାଯାଇଛି। ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଶୁଭ ବୋଲି ବିଶ୍ୱାସ କରାଯାଏ।
• ଭସ୍ମ: ଭସ୍ମ ତିଳକ ଭଗବାନ ଶିବଙ୍କ ପ୍ରତି ଭକ୍ତି ଓ ସମର୍ପଣର ପ୍ରତୀକ। ଏହା ବିଭିନ୍ନ ସଙ୍କଟରୁ ରକ୍ଷା କରେ।
କେଉଁ ଗ୍ରହ ପାଇଁ କେଉଁ ତିଳକ ଶୁଭ?
ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ଗ୍ରହଙ୍କ ପାଇଁ ଅଲଗା ଅଲଗା ତିଳକ ଲଗାଇବାର ପରମ୍ପରା ରହିଛି।
• ସୂର୍ଯ୍ୟ: ଅନାମିକା ଆଙ୍ଗୁଠିରେ ନାଲି ଚନ୍ଦନର ତିଳକ ଲଗାଇବା ଶୁଭ।
• ଚନ୍ଦ୍ର: ଧଳା ଚନ୍ଦନ
• ମଙ୍ଗଳ: ନାରଙ୍ଗୀ ସିନ୍ଦୂର
• ବୁଧ: ଅଷ୍ଟଗନ୍ଧର ତିଳକ
• ବୃହସ୍ପତି: କେଶର ତିଳକ
• ଶୁକ୍ର: ପ୍ରଥମେ ରୋଲି ଲଗାଇ ତା’ ଉପରେ ଅକ୍ଷତ ଅର୍ପଣ କରନ୍ତୁ
• ଶନି, ରାହୁ ଓ କେତୁ: କପାଳରେ ତିନି ଆଙ୍ଗୁଠି ସାହାଯ୍ୟରେ ଭସ୍ମ ଲଗାଇବାର ମାନ୍ୟତା ରହିଛି। ଏହାକୁ ତ୍ରିପୁଣ୍ଡ କୁହାଯାଏ।
Shivling: ଆଶ୍ଚର୍ଯ୍ୟଜନକ ପରମ୍ପରା: ବର୍ଷସାରା ଜଳମଗ୍ନ ରହେ ଶିବଲିଙ୍ଗ, ମହାଶିବରାତ୍ରିରେ ଦିଅନ୍ତି ଦର୍ଶନ
ମହିଳାମାନଙ୍କ କଳା ବିନ୍ଦି ଲଗାଇବାକୁ ନେଇ ମଧ୍ୟ ବିଭିନ୍ନ ଧାର୍ମିକ ମାନ୍ୟତା ପ୍ରଚଳିତ ରହିଛି। କେତେକ ପରମ୍ପରାରେ କଳା ରଙ୍ଗକୁ ଦୁଃଖ ଓ ଶୋକର ପ୍ରତୀକ ଭାବେ ବିବେଚନା କରାଯାଏ। ଏହି କାରଣରୁ ବିବାହିତ ମହିଳାମାନେ କଳା ବିନ୍ଦି କିମ୍ବା କଳା ତିଳକ ଲଗାଇବାଠାରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଏ। ଏହାକୁ ବୈବାହିକ ଜୀବନ ପାଇଁ ଅଶୁଭ ବୋଲି ମଧ୍ୟ ମନେ କରାଯାଏ। ତେବେ ଏସବୁ ନିୟମ ଓ ଫଳାଫଳ ଧାର୍ମିକ ତଥା ଜ୍ୟୋତିଷୀୟ ମାନ୍ୟତା ଉପରେ ଆଧାରିତ। ବ୍ୟକ୍ତିବିଶେଷଙ୍କ ପରମ୍ପରା ଓ ବିଶ୍ୱାସ ଅନୁସାରେ ଏଥିରେ ଭିନ୍ନତା ଦେଖିବାକୁ ମିଳିପାରେ।

1 hour ago
1


