Nabarangpur model: ଜାତୀୟସ୍ତରୀୟ ମଞ୍ଚରେ ନିଜ ପ୍ରତିଭାର ପରିଚୟ ଦେଲେ ମଡେଲ୍‌ କ୍ରିଷ୍ଣା

1 day ago 4
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ଆଦିବାସୀ ଅଧ୍ୟୁଷିତ ତଥା ରାଜ୍ୟର ପଛୁଆ ଜିଲ୍ଲା ଭାବେ ପରିଚିତ ନବରଙ୍ଗପୁରରୁ ଜାତୀୟସ୍ତରୀୟ ମଞ୍ଚରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଜଣେ ଯୁବ ମଡେଲ୍‌। ଉମରକୋଟ ବ୍ଲକ ରାଜପୁର ଗ୍ରାମର କ୍ରିଷ୍ଣା ପୂଜାରୀ ‘ଇଣ୍ଡିଆ କ୍ରାଉନ୍ଡ ଲିଜେଣ୍ଡସ୍‌–ସିଜନ୍‌-୨’ ଜାତୀୟସ୍ତରୀୟ ବ୍ୟୁଟି ପେଜେଣ୍ଟ ଓ ଟ୍ୟାଲେଣ୍ଟ ହଣ୍ଟରେ ମିଷ୍ଟର କାଟେଗୋରୀରେ ବାଜିମାତ କରି ନବରଙ୍ଗପୁର ପାଇଁ ଗୌରବ ଆଣିଛନ୍ତି। ପ୍ରତିଭାର ଠିକଣା କେବଳ ବଡ଼ ସହର ନୁହେଁ; ଗାଁ ମାଟିରୁ ମଧ୍ୟ ଜାତୀୟ ମଞ୍ଚ ଜିତିହେବ। କ୍ରିଷ୍ଣା ପୂଜାରୀ ଏହାର ଏକ ଜୀବନ୍ତ ଉଦାହରଣ।  

ଗତ ୨୩ ଅଗଷ୍ଟରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ରୁଙ୍ଗଟା ଟାଉନହଲ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ମୋଟ ୮୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ନବରଙ୍ଗପୁର ଜିଲ୍ଲାର ଏକ ଗ୍ରାମୀଣ ପରିବେଶରେ ଜନ୍ମ ନେଇଥିବା କ୍ରିଷ୍ଣାଙ୍କର ପିଲାଦିନରୁ ମଡେଲିଂ ଓ ଅଭିନୟ ପ୍ରତି ଆଗ୍ରହ ଥିଲା। 

Tree Plantation Drive ସମ୍ବାଦ ସାହିତ୍ୟଘର: ନବରଙ୍ଗପୁର କଲେଜ ଅଫ୍ ନର୍ସିଂ ପରିସରରେ ବୃକ୍ଷରୋପଣ

ନିଜ ଗାଁରୁ ଉମରକୋଟ ସହର ଆସି ଶିକ୍ଷା ଗ୍ରହଣ କରିବା ସହ ମଡେଲିଂ ପ୍ରତି ନିଜର ଆଗ୍ରହକୁ ଜାରି ରଖିଥିଲେ।ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ଯାଇ ଏମବିଏ ପଢ଼ିବା ସମୟରେ ମଡେଲିଂ କ୍ଷେତ୍ରରେ ନିଜକୁ ଅଧିକ ପରିଚିତ କରାଇଥିଲେ। ବିଭିନ୍ନ ମଡେଲ୍‌ଙ୍କ ସହ କାମ କରିବା ଓ ନିରନ୍ତର ଅଭ୍ୟାସ ତାଙ୍କ ପ୍ରତିଭାକୁ ଆହୁରି ଶାଣିତ କରିଥିଲା। 

ନବରଙ୍ଗପୁର ଭଳି ଏକ ପଛୁଆ ଅଞ୍ଚଳର ଗ୍ରାମରୁ ଆସି କ୍ରିଷ୍ଣାଙ୍କ ଜାତୀୟସ୍ତରରେ ସଫଳତା ହାସଲ କରିବା ଅନ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି। ସୁଯୋଗର ଅଭାବ ଥିଲେ ମଧ୍ୟ ପ୍ରତିଭା, ପରିଶ୍ରମ, ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ଥିଲେ ସଫଳତା ହାସଲ କରାଯାଇପାରେ—କ୍ରିଷ୍ଣାଙ୍କ ସଫଳତା ଏହାର ଏକ ଉଦାହରଣ। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ ଅତୁଲ ଗିରିଙ୍କ ତତ୍ତ୍ୱାବଧାନରେ ହୋଇଥିଲା।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.