Narendra Sahu kidnapping case: ନରେନ୍ଦ୍ର ସାହୁ ଅପହରଣ ମାମଲା: ପୁଲିସ ଏସ୍‌ଆଇ, ସାମ୍ବାଦିକ ଗିରଫ, ଆହୁରି ୬ ଅଭିଯୁକ୍ତ ସାମିଲ

1 week ago 4
ARTICLE AD BOX

ବଲାଙ୍ଗୀର: ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଅପହରଣ ଘଟଣା ନୂଆ ମୋଡ଼ ନେଇଛି। ମାଷ୍ଟରମାଇଣ୍ଡ କ୍ଷିତୀଶ ସାହୁ ଏବଂ ସହଯୋଗୀ ସଂଜୀବ ବାରିକ ଏହି ମାମଲା‌ରେ ପୂର୍ବରୁ ଗିରଫ ହୋଇଥିବାବେଳେ ଏବେ ଗିରଫ ସଂଖ୍ୟା ୪ରେ ପହଞ୍ଚିଛି। କ୍ଷିତୀଶଙ୍କ ନିଜ ଭଉଣୀ ସ୍ନେହାମଞ୍ଜରୀ ସାହୁ ଓ ଅନ୍ୟତମ ଅଭିଯୁକ୍ତ ସଞ୍ଜୟ ଜେନାକୁ ବଲାଙ୍ଗୀର ପୁଲିସ ଗିରଫ କରିଛି। ରୋଚକ ଘଟଣା ହେଲା, ‌ଭୁବନେଶ୍ବର କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ସ୍ନେହାମଞ୍ଜରୀ ଏସ୍‌ଆଇ ଭାବେ ଓ ସଞ୍ଜୟ ଗୋଟିଏ ଗଣମାଧ୍ୟମ ସଂସ୍ଥାରେ କ୍ରାଇମ ରିପୋର୍ଟର୍‌ ଭାବେ କାର୍ଯ୍ୟରତ। ଅପହରଣ ଘଟଣାକୁ ଏକ ନୂଆ ରୂପ ଦେବାକୁ ଏମାନଙ୍କ ବଡ଼ ଭୂମିକା ରହିଥିଲା। ଅପହରଣ ପରେ ନରେନ୍ଦ୍ରଙ୍କୁ ଖଣ୍ଡଗିରି ଥାନା ଅଞ୍ଚଳର ସନ୍‌ରାଇଜ୍‌ ଲଜ୍‌ରେ ରଖାଯାଇଥିଲା। ସେଠାରେ ତାଙ୍କୁ ଗୁଳି ନଥିବା ଦେଶୀ ପିସ୍ତଲ ଧରାଇ ଦିଆଗଲା। ପ୍ରାୟ ୧୫ଟି ଛୋଟ ଭିଡିଓ କ୍ଲିପ୍‌ ରେକର୍ଡିଂ କରାଗଲା।

Ganja seized: ଗଂଜେଇ ଚାଲାଣ ବେଳେ ଚଢ଼ଉ, ଚାରି ଅଭିଯୁକ୍ତ ଗିରଫ

ଏଥିରେ କ୍ଷିତୀଶଙ୍କୁ ମିଛ ଧମକ ଦେବାକୁ ନରେନ୍ଦ୍ରଙ୍କୁ ବାଧ୍ୟ କରାଯାଇଥିଲା। ପରେ ନରେନ୍ଦ୍ରଙ୍କୁ ଖଣ୍ଡଗିରି ଥାନା ନିଆଗଲା। ସେଠାରେ, ସଞ୍ଜୟ ନିଜକୁ ପୁଲିସ ଅଧିକାରୀ ବୋଲି ପରିଚୟ ଦେଇଥିଲା। ଚଳିତ ମାସ ୧୮ ଓ ୧୯ ତାରିଖ ଭିତରେ ୫୦ ଲକ୍ଷ ଟଙ୍କା ଦେବାକୁ ନରେନ୍ଦ୍ରଙ୍କୁ ଚୁକ୍ତି କରିବାକୁ ଚାପ ପକାଯାଇଥିଲା। ଚୁକ୍ତି ଖିଲାପ କଲେ ନରେନ୍ଦ୍ରଙ୍କୁ ଗିରଫ କରାଯିବ ବୋଲି ସ୍ନେହାମଞ୍ଜରୀ ଧମକ ଦେଇଥିଲେ। ନରେନ୍ଦ୍ରଙ୍କ ପରିବାର ପୁଲିସରେ ଅଭିଯୋଗ ଯେମିତି ନ କରିବେ ସେଥିପାଇଁ ନିୟମିତ ବ୍ୟବଧାନରେ ପରିବାର ଲୋକଙ୍କୁ ନରେନ୍ଦ୍ରଙ୍କ ଜରିଆରେ ଫୋନ୍‌ କରାଉଥିଲେ। ଖଣ୍ଡଗିରି ଥାନାରେ ଏସବୁ ନାଟକ ଚାଲିଥିବାବେଳେ ବଲାଙ୍ଗୀର ପୁଲିସ ଟିମ୍‌ ସେଠାରେ ପହଞ୍ଚି ଯାଇଥିଲା। ସେମାନଙ୍କ ଯୋଜନା ଭଣ୍ଡୁର ହେଉଥିବା ଜାଣି ସ୍ନେହାମଞ୍ଜରୀ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଭୁବନେଶ୍ବରରୁ ବଲାଙ୍ଗୀର ଆସୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ସେହିପରି ସଞ୍ଜୟଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇଛି। ଗିରଫ ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ‌ରେ ହାଜର କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଆହୁରି ୬ ଜଣଙ୍କ ସମ୍ପୃକ୍ତି ଥିବା ଏସ୍‌ପି ଅଭିଳାଷ ଜି ସୂଚନା ଦେଇଛନ୍ତି।

ମଧୁକୁଞ୍ଜ ଗୋଲ୍‌ଡ୍‌ ଆଣ୍ଡ ଡାଇମଣ୍ଡସ୍‌ରେ ସ୍ବାଧୀନତା ଦିବସ ସେଲ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.