Natural Sugar: ଚିନିର ବିକଳ୍ପରେ ବ୍ୟବହାର କରନ୍ତୁ ଏହି ମିଠା

1 day ago 5
ARTICLE AD BOX

ଭୁବନେଶ୍ବର: ଚା’ ହେଉ କି କଫି, ମିଠା ଖାଦ୍ୟ ହେଉ କି ଘରୋଇ ପାନୀୟ ଚିନିର ବ୍ୟବହାର ପ୍ରାୟ ସବୁଠି ହୋଇଥାଏ। ତେବେ ଅଧିକ ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏବେ ଚିନିର ଉଚ୍ଚ ଦର ମଧ୍ୟ ଚିନ୍ତାର କାରଣ ପାଲଟିଛି। ଏପରି ସ୍ଥିତିରେ ଚିନିର ବ୍ୟବହାର କମାଇବା ପାଇଁ କିଛି ପ୍ରାକୃତିକ ବିକଳ୍ପ ଭାବେ ବ୍ୟବହାର କରିପାରିବେ ଏହି ଘରୋଇ ଉପକରଣ ।

ଚିନିର ପ୍ରାକୃତିକ ବିକଳ୍ପ

ଖଜୁର
ଚିନି ବଦଳରେ ଖଜୁର ବ୍ୟବହାର କରାଯାଇପାରେ। ଖଜୁରରୁ ମଞ୍ଜି ବାହାର କରି ଗରମ ପାଣିରେ ପ୍ରାୟ ୧୫ ମିନିଟ୍ ଭିଜାଇ ରଖନ୍ତୁ। ଏହାକୁ ପେଷ୍ଟ କରି ମିଠା ଖାଦ୍ୟ, ଚା’ କିମ୍ବା କଫିରେ ମିଶାଇପାରିବେ। ଖଜୁରକୁ ପାଣିରେ ଫୁଟାଇ ଏହାରୁ ସିରପ୍ ମଧ୍ୟ ପ୍ରସ୍ତୁତ କରିହେବ।
ଷ୍ଟେଭିଆ
ଷ୍ଟେଭିଆ ଏକ ପ୍ରାକୃତିକ ମିଠା ଏହାର ମିଠା ସ୍ୱାଦ ଚିନି ତୁଳନାରେ ଅଧିକ ହୋଇଥାଏ। ଷ୍ଟେଭିଆର ପତ୍ର କିମ୍ବା ଏଥିରୁ ପ୍ରସ୍ତୁତ ମିଠା ଚା’ ଓ କଫିରେ ବ୍ୟବହାର କରାଯାଏ।
ମହୁ
ଚିନିର ଅନ୍ୟ ଏକ ବିକଳ୍ପ ହେଉଛି ମହୁ। ଅଳ୍ପ ପରିମାଣର ମହୁରେ ମଧ୍ୟ ମିଠା ସ୍ୱାଦ ମିଳିଥାଏ। ତେବେ ମହୁରେ ଅଧିକ ଶର୍କରା ଥିବାରୁ ଏହାକୁ ମଧ୍ୟମ ପରିମାଣରେ ଖାଇବା ଭଲ।
ଡାଲଚିନି ଓ ପାନମହୁରୀ
ଚା’ କିମ୍ବା କଫିରେ ଚିନି କମାଇବାକୁ ଚାହୁଁଥିଲେ ଡାଲଚିନି ଓ ପାନମହୁରୀ ବ୍ୟବହାର କରିପାରିବେ। ଏଗୁଡ଼ିକ ପାନୀୟର ସ୍ୱାଦ ଓ ସୁଗନ୍ଧ ବଢ଼ାଇଥାଏ।

Masked hypertension: ମାସ୍କ୍‌ଡ ହାଇପର୍‌ଟେନ୍‌ସନ୍‌

ଚିନିର ବିକଳ୍ପ ହେଲେ ମଧ୍ୟ ସବୁ ପ୍ରାକୃତିକ ମିଠାକାରକକୁ ଅଧିକ ପରିମାଣରେ ଖାଇବା ଠିକ୍ ନୁହେଁ। ସନ୍ତୁଳିତ ଖାଦ୍ୟ ସହ ଆବଶ୍ୟକତା ଅନୁସାରେ ଏଗୁଡ଼ିକୁ ବ୍ୟବହାର କରିବା ଭଲ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.