Naxal: ଆତ୍ମସମର୍ପଣ କରିଥିବା ନକ୍ସଲ ମାଓ ଡମ୍ପ ବିଷୟରେ ଦେଲେ ସୂଚନା

3 days ago 3
ARTICLE AD BOX

ସୁନ୍ଦରଗଡ଼ : ଆତ୍ମସମର୍ପଣ କରିଥିବା ନକ୍ସଲମାନେ ମାଓ ଡମ୍ପ ବିଷୟରେ ଦେଲେ ସୂଚନା। ସୁନ୍ଦରଗଡ଼ର ସିଲକୁଟା ରିଜର୍ଭ ଫରେଷ୍ଟରେ ଏକ ଗୁପ୍ତ ମାଓ ଡମ୍ପ ଥିବା ସମ୍ପର୍କରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ବିସ୍ତୃତ ପଚରାଉଚରା ସମୟରେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଆଧାରରେ ଡିଭିଏଫ ଏବଂ ବିଡିଡିଏସର ଏକ ମିଳିତ ଦଳ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନ ସମୟରେ ଦଳ ଜଙ୍ଗଲରେ ମାଓ ଡମ୍ପର ସନ୍ଧାନରେ ଲାଗି ପଡ଼ିଥିଲେ। ମିଳିଥିବା ମାଓ ଡମ୍ପରୁ ମାଓବାଦୀଙ୍କ ବିଭିନ୍ନ  ଅସ୍ତ୍ରଶସ୍ତ୍ର ସହିତ ଗୁଳିଗୋଳା, ବିସ୍ଫୋରକ, ମାଓ ପୁସ୍ତକ ଏବଂ ବିଭିନ୍ନ ମାଓ ଶିବିର ସମ୍ବନ୍ଧୀୟ ଆର୍ଟିକଲ, ୱାକିଟକି, ଚାର୍ଜର ଆଦି ଜବତ କରାଯାଇଛି।। ମାଓ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ପାଇଁ ଲୁଚି ରହିଥିବା ଡମ୍ପର ଉଦ୍ଧାର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ, ୩୧.୦୩.୨୦୨୬ ରେ ଓଡ଼ିଶା ରାଜ୍ୟକୁ ନକ୍ସଲମୁକ୍ତ ଘୋଷଣା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଏବଂ ସ୍ଥାୟୀ ସ୍ଥିରତା ବଜାୟ ରଖିବା ପାଇଁ ସୁରକ୍ଷା ବାହିନୀର ନିରନ୍ତର ପ୍ରୟାସର ଏହା ଏକ ଉଦାହରଣ।

ସେପ୍ଟେମ୍ବର ୬ରେ ଇଣ୍ଡିଆନ୍ ଏବଂ ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ

Read Entire Article
LEFT SIDEBAR AD

Hidden in mobile, Best for skyscrapers.