Nepal Flash Floods: ନେପାଳ ଅକସ୍ମାତ୍ ବନ୍ୟାରେ ୩୫୩ ମୃତ

5 hours ago 5
ARTICLE AD BOX

କାଠମାଣ୍ଡୁ: ନେପାଳରେ ଅକସ୍ମାତ୍ ଆସିଥିବା ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବ୍ୟାପକ ଧନଜୀବନ ହାନି ଘଟିଛି। ପୋଲିସ ଏବଂ ଉଦ୍ଧାରକାରୀ ଦଳର ସୂଚନା ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୩୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୩୦୦ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୨୮୮ ଜଣ ଭାରତୀୟ ନାଗରିକ ମଧ୍ୟ ସାମିଲ ଥିବା ଜଣାପଡ଼ିଛି।

ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଅନେକ ସ୍ଥାନରେ ପାହାଡ଼ ଭୁଶୁଡ଼ି ଏବଂ ମାଟି ଧସିଯିବା ଫଳରେ ରାସ୍ତାଘାଟ ଓ ଘରଦ୍ୱାର ସମ୍ପୂର୍ଣ୍ଣ ଧ୍ୱଂସପାଇଛି। ସ୍ଥାନୀୟ ପ୍ରଶାସନ, ସେନା ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ନିରନ୍ତର ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି। ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ହେଲିକାପ୍ଟର ଏବଂ ବିଶେଷ ବୋଟର ସାହାଯ୍ୟ ନିଆଯାଉଛି। ତେବେ ଲଗାତାର ବର୍ଷା ଓ ଖରାପ ପାଣିପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହି ଦୁର୍ଘଟଣା ପରେ ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଭାରତୀୟ ଦୂତାବାସ ଏବଂ ସରକାରୀ ସୂତ୍ରରୁ ନିଖୋଜ ଭାରତୀୟ ନାଗରିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ସେମାନଙ୍କ ପରିବାର ସହ ଯୋଗାଯୋଗ ପାଇଁ ହେଲ୍ପଲାଇନ୍ ନମ୍ବର କାର୍ଯ୍ୟକାରୀ କରାଯାଇଛି। ନିଖୋଜ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।

କାଶ୍ମୀର ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାର ଅଭିଯୁକ୍ତ ୟୁଏଇସ୍ଥିତ ବ୍ୟବସାୟୀଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.