ARTICLE AD BOX
ନୂଆଦିଲ୍ଲୀ: ନେପାଳରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଭୋଟେକୋଶୀ ନଦୀରେ ଅଚାନକ ବନ୍ୟା ଆସିବାରୁ ବଡ଼ଧରଣର ବିପର୍ଯ୍ୟୟ ଦେଖାଯାଇଛି। ଏହି ବିପର୍ଯ୍ୟୟରେ କୈଳାଶ ମାନସରୋବର ଅଭିମୁଖେ ଯାଉଥିବା ୧୦୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ସମେତ ୪୦୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ନିଖୋଜ ହୋଇଯାଇଛନ୍ତି। ନିଖୋଜମାନଙ୍କ ମଧ୍ୟରେ ୯୦ରୁ ଅଧିକ ବିଦେଶୀ ନାଗରିକ ଅଛନ୍ତି। ସର୍ବାଧିକ ନେପାଳୀ ବ୍ୟକ୍ତି ଅଛନ୍ତି।
ନେପାଳ ପର୍ଯ୍ୟଟନ ବୋର୍ଡ ଅନୁସାରେ ସକାଳ ୮ଟା ୩୦ରେ ଭୋଟେକୋଶୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଥିଲା। ଏହି ସମୟରେ ନଦୀକୂଳରେ ଉପସ୍ଥିତ ପର୍ଯ୍ୟଟକ ଏବଂ ଟ୍ରାକର୍ସ ବନ୍ୟାର ସାମ୍ନା କରିଥିଲେ। ୪୦କିମି ପର୍ଯ୍ୟନ୍ତ ସଡ଼କ ଏବଂ ୧୯ଟି ପୋଲ ଭସାଇ ନେଇଛି।
ନେପାଳ ସେନା, ସ୍ପେଶାଲ ଅପରେସନ ଟିମ୍ ଏବଂ ମେଡିକାଲ ଟିମ୍ ଫସିଥିବା ଲୋକ ଏବଂ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ ନିୟୋଜିତ ଅଛନ୍ତି। ନେପାଳ ସେନା କହିଛି, ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Nepal Flood: ନେପାଳରେ ତାଣ୍ଡବ ରଚିଲା ପ୍ରଳୟଙ୍କରୀ ବନ୍ୟା: ହାଇ ଆଲର୍ଟ ଜାରି
ବିଦେଶୀ ପର୍ଯ୍ୟଟକମାନଙ୍କ ମଧ୍ୟରେ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ନେଦରଲାଣ୍ଡସ୍, ଆମେରିକା, ମାଲେସିଆ, ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକାର ନାଗରିକ ସାମିଲ ଅଛନ୍ତି। ମାତ୍ର ଅନ୍ୟ ବିଦେଶୀ ପର୍ଯ୍ୟଟକଙ୍କ ଜାତୀୟତା ସ୍ପଷ୍ଟ ହେବାର ବାକି ଅଛି, ତେଣୁ ନେପାଳର ନାଗରିକଙ୍କ ସଂଖ୍ୟା ଅଧିକ ଥିବା ଆଶଙ୍କା କରାଯାଉଛି। ଘଟଣା ପରେ ନେପାଳ ପର୍ଯ୍ୟଟନ ବୋର୍ଡ, ଟୁରିଷ୍ଟ ପୁଲିସ, ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନେପାଳ ପ୍ରଶାସନ ଏବଂ ଟ୍ରାଭେଲ ଏଜେନ୍ସି ନିଖୋଜ ଯାତୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବା ପାଇଁ ଉଦ୍ୟମ କରୁଛନ୍ତି।

1 day ago
5


