ARTICLE AD BOX
ବେଙ୍ଗାଲୁରୁ: ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କୁ ସମାବର୍ତ୍ତନ ଉତ୍ସବକୁ ନିମନ୍ତ୍ରଣ କରାଯିବାକୁ ନେଇ ବିବାଦ ଉପୁଜିବା ପରେ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ୍ ଲ’ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି (ଏନ୍ଏଲ୍ଏସ୍ଆଇୟୁ) ଏହାର ୩୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ବାତିଲ୍ କରିଦେଇଛି। ଗୁରୁବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ସରକାରୀ ସୂଚନାରେ ‘ଅନିବାର୍ଯ୍ୟ ପରିସ୍ଥିତି’ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।
ଆସନ୍ତା ସେପ୍ଟେମ୍ବର ୧୨ରେ ଏହି ସମାବର୍ତ୍ତନ ଉତ୍ସବ ହେବାର କାର୍ଯ୍ୟକ୍ରମ ଥିଲା। ଏହି ତାରିଖ ସମ୍ପର୍କରେ ଅଗଷ୍ଟ ୩ରେ ଡିଗ୍ରି ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଆଗୁଆ ସୂଚନା ଦିଆଯାଇଥିଲା। କିନ୍ତୁ ଉତ୍ସବରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କ ଉପସ୍ଥିତିକୁ ନେଇ ଛାତ୍ର ଓ ପୂର୍ବତନ ଛାତ୍ରମାନଙ୍କ ମଧ୍ୟରେ ବିରୋଧ ଦେଖାଦେଇଥିଲା।
ବିଶ୍ୱବିଦ୍ୟାଳୟର ସୂଚନା ଅନୁସାରେ, ସାମୂହିକ ପ୍ରୟାସ ସତ୍ତ୍ୱେ ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ସମାବର୍ତ୍ତନ ଉତ୍ସବ ଆୟୋଜନ କରିବା ସମ୍ଭବ ହୋଇପାରିଲା ନାହିଁ। ତେବେ ଉତ୍ସବ ବାତିଲ୍ ହେଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଡିଗ୍ରି ପ୍ରଦାନ ପ୍ରକ୍ରିୟା ପ୍ରଭାବିତ ହେବ ନାହିଁ। ପରିଚାଳନା ସଂସ୍ଥାଗୁଡ଼ିକର ଆବଶ୍ୟକ ଅନୁମୋଦନ ପରେ ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅନୁପସ୍ଥିତିରେ ଡିଗ୍ରି ପ୍ରଦାନ କରାଯିବ। ଡିଗ୍ରି ଓ ସାର୍ଟିଫିକେଟ୍ ପାଇବା ପାଇଁ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଦୁଇଟି ବିକଳ୍ପ ଦେଇଛି। ସେମାନେ ଡାକଯୋଗେ ସାର୍ଟିଫିକେଟ୍ ମଗାଇପାରିବେ କିମ୍ବା ନିଜେ କ୍ୟାମ୍ପସରେ ପହଞ୍ଚି ତାହା ସଂଗ୍ରହ କରିପାରିବେ।
Vigilance: ଭିଜିଲାନ୍ସ ଜାଲରେ ନିମ୍ନା ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ

3 hours ago
4


