Notifications: ଏକାଗ୍ରତାର ଶତ୍ରୁ: ନୋଟିଫିକେସନ୍

50 minutes ago 1
ARTICLE AD BOX

କେତେବେଳେ ମେସେଜ୍‌ ତ ଆଉ କେତେବେଳେ ଲାଇକ୍‌ ଓ କମେଣ୍ଟର ସୂଚନା। ଦିନ ତମାମ ପ୍ରାୟ ସମସ୍ତଙ୍କ ଫୋନ୍‌ରେ ନୋଟିଫିକେସନ୍‌ର ଶବ୍ଦ ଜାରି ରହିଥାଏ। ଏହା ଆମ ମନକୁ ତୁରନ୍ତ ଫୋନ୍‌ ଆଡ଼କୁ ଟାଣି ନେଇଯାଇଥାଏ। କିନ୍ତୁ ପ୍ରତ୍ୟେକ ନୋଟିଫିକେସନ୍‌ କ’ଣ ଜରୁରି? ଏହି ପ୍ରଶ୍ନ ସମ୍ପର୍କରେ ଚିନ୍ତା କରାଯିବା ଆବଶ୍ୟକ। କାରଣ, ବାରମ୍ବାର ମୋବାଇଲ୍‌ ଯାଞ୍ଚ କରିବାର ଅଭ୍ୟାସ ଆମର ଏକାଗ୍ରତା, କାର୍ଯ୍ୟଦକ୍ଷତା ଓ ନିଦ୍ରା ଉପରେ ପ୍ରଭାବ ପକାଏ। ମନୋବିଜ୍ଞାନୀଙ୍କ ମତରେ ମେସେଜ୍‌, ଲାଇକ୍‌ ଓ ନୂଆ ନୋଟିଫିକେସନ୍‌ ଦେଖିବାର ଇଚ୍ଛା ଯୋଗୁଁ ଆମେ ବାରମ୍ବାର ଫୋନ୍‌ ଯାଞ୍ଚ କରୁ। ଧୀରେ ଧୀରେ ଏହା ଏକ ଅଭ୍ୟାସରେ ପରିଣତ ହୁଏ। ବିଶେଷକରି କିଶୋରକିଶୋରୀଙ୍କଠାରେ ଏହାର ପ୍ରଭାବ ଅଧିକ। ବାରମ୍ବାର ଫୋନ୍‌ ଦେଖିବା ଦ୍ୱାରା ପାଠପଢ଼ା ଓ କାମରେ ମନ ଲାଗେ ନାହିଁ। ଏହାଦ୍ୱାରା ସମୟ ନଷ୍ଟ ହେବା ସହ ମାନସିକ ଥକାପଣ ବଢ଼ିଥାଏ। ରାତିରେ ଅଧିକ ସମୟ ମୋବାଇଲ୍‌ ବ୍ୟବହାର କଲେ ନିଦ୍ରାରେ ବାଧା ସୃଷ୍ଟି ହୁଏ। ଫଳରେ ପରଦିନ ମନୋଯୋଗ କମିବା ଓ ଚିଡ଼ଚିଡ଼ାପଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଥାଏ। ଏହି ଅଭ୍ୟାସ ବଦଳାଇବା ପାଇଁ ଉଲ୍ଲିଖିତ ଉପାୟ ଆପଣାନ୍ତୁ:

Cyclone: ବାତ୍ୟା ସମୟରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

 ଯେଉଁ ଆପ୍‌ର ନୋଟିଫିକେସନ୍‌ ଜରୁରି ନୁହେଁ, ସେଗୁଡ଼ିକୁ ବନ୍ଦ କରିଦିଅନ୍ତୁ। ଏହାଦ୍ୱାରା ବାରମ୍ବାର ଫୋନ୍‌ ଦେଖିବାର ଇଚ୍ଛା କମିବ। 

 କାମ ଓ ପାଠପଢ଼ା ବେଳେ ଏକାଗ୍ରତା ବଢ଼ାଇବା ପାଇଁ ଫୋନ୍‌ଠାରୁ ଦୂରେଇ ରୁହନ୍ତୁ। ଜରୁରି ନ ଥିଲେ କାମ ମଝିରେ ଫୋନ୍‌ ଯାଞ୍ଚ କରନ୍ତୁ ନାହିଁ।
 ଖାଇବା ସମୟରେ ଏବଂ ପରିବାର ବା ସାଙ୍ଗସାଥୀଙ୍କ ସହ କଥା ହେବାବେଳେ ମୋବାଇଲ୍‌ ନ ଦେଖିବାକୁ ଚେଷ୍ଟା କରନ୍ତୁ।

 ଶୋଇବାର ୩୦ରୁ ୬୦ ମିନିଟ୍‌ ପୂର୍ବରୁ ଫୋନ୍‌ ବ୍ୟବହାର ବନ୍ଦ କରନ୍ତୁ। ସମ୍ଭବ ହେଲେ ଫୋନ୍‌କୁ ଅନ୍ୟ ଘରେ ରଖି ଶୁଅନ୍ତୁ।
 ଫୋନ୍‌ କାଢ଼ିବା ପୂର୍ବରୁ ଭାବନ୍ତୁ ‘ମୁଁ କ’ଣ ଜରୁରି କାମ ପାଇଁ ଫୋନ୍‌ ଦେଖୁଛି, ନା କେବଳ ଅଭ୍ୟାସବଶତଃ ଦେଖୁଛି?’ ଏହି ଛୋଟ ପ୍ରଶ୍ନ ଆପଣଙ୍କୁ ନିଜ ବଦଭ୍ୟାସ ବିଷୟରେ ସଚେତନ କରିପାରିବ।

Neglect: ତୃଷାର୍ତ୍ତ ଜୁଆଙ୍ଗଙ୍କୁ ପସନ୍ଦ ଝରଣା ପାଣି

Read Entire Article
LEFT SIDEBAR AD

Hidden in mobile, Best for skyscrapers.