Today's Birthday: ଆଜି ଜନ୍ମଦିନ: ଜୟୀ ରାଜଗୁରୁ

40 minutes ago 1
ARTICLE AD BOX

ଭାରତୀୟ ସ୍ବାଧୀନତା ସ˚ଗ୍ରାମର ଆଦ୍ୟ ଭାଗର ଅନ୍ୟତମ ବୀର ଜୟକୃଷ୍ଣ ରାଜଗୁରୁ ମହାପାତ୍ର ୧୭୩୯ ମସିହା ଆଜି ଦିନରେ ପୁରୀ ନିକଟସ୍ଥ ବୀରହରେକୃଷ୍ଣପୁରରେ ଜନ୍ମ ଗ୍ରହଣ କରିଥିଲେ। ସେ ଲୋକମୁଖରେ ‘ଜୟୀ ରାଜଗୁରୁ’ ଭାବେ ସୁପରିଚିତ। ଖୋର୍ଦ୍ଧା ରାଜଦରବାରର ପୁରୋହିତ ବା ‘ରାଜଗୁରୁ’ ଥିଲେ ହେଁ ସେ ବ୍ରିଟିସ୍‌ ଶକ୍ତି ବିରୋଧରେ ହୋଇଥିବା ସ˚ଗ୍ରାମର ନେତୃତ୍ବ ନେଇଥିଲେ। ୧୭୭୯ରେ ମରାଠାଙ୍କ ସହ ଯୁଦ୍ଧରେ ନରସି˚ହ ରାଜଗୁରୁଙ୍କ ମୃତ୍ୟୁ ପରେ ଜୟୀ ରାଜଗୁରୁଙ୍କୁ ଗଜପତି ମହାରାଜାଙ୍କ ସେନାମୁଖ୍ୟ ଭାବେ ଦାୟିତ୍ବ ଦିଆଯାଇଥିଲା। ୧୭୮୦ରେ ଗଜପତି ମହାରାଜା ଦିବ୍ୟସି˚ହ ଦେବ ତାଙ୍କୁ ମୁଖ୍ୟମନ୍ତ୍ରୀ ତଥା ରାଜଗୁରୁ ଭାବେ ନିଯୁକ୍ତି ଦେଇଥିଲେ। ୧୭୬୫ରେ ବ୍ରିଟିସ୍‌ମାନେ ଆନ୍ଧ୍ର ପ୍ରଦେଶର ଏକ ଅ˚ଶ ଅଧିକାର କରି ଗ˚ଜାମ ମଧ୍ୟକୁ ପ୍ରବେଶ କରିବା ସହ ଏକ ଦୁର୍ଗ ନିର୍ମାଣ କରିଥିଲେ। ଗ˚ଜାମ-ମେଦିନୀପୁର ଯାତାୟାତ ପଥ ଅଧିକାର କରିବା ଥିଲା ପରବର୍ତ୍ତୀ ଲକ୍ଷ୍ୟ।

Cyclone: ବାତ୍ୟା ସମୟରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

୧୭୯୮ରେ ଗଜପତି ମହାରାଜାଙ୍କ ପ୍ରଜା-ପ୍ରପୀଡ଼କ ଭାଇ ଶ୍ୟାମସୁନ୍ଦର ଦେବଙ୍କ ସହାୟତାରେ ସେମାନେ ଖୋର୍ଦ୍ଧା ଆକ୍ରମଣ କଲେ। ଠିକ୍‌ ସେହି ସମୟରେ ଗଜପତିଙ୍କ ଅକାଳ ବିୟୋଗ ଘଟିଲା। ତେବେ, ଜୟୀ ରାଜଗୁରୁ ଦବିଯାଇ ନ ଥିଲେ। ବ୍ରିଟିସ୍‌ମାନଙ୍କୁ ଲକ୍ଷ୍ୟ ହାସଲରେ ସଫଳ କରାଇଦେଇ ନ ଥିଲେ। ଗଜପତିଙ୍କ ନାବାଳକ ପୁତ୍ର ଦ୍ବିତୀୟ ମୁକୁନ୍ଦଦେବଙ୍କୁ ସି˚ହାସନରେ ବସାଇ ଯୁଦ୍ଧ କରିଥିଲେ। ଶେଷରେ ବ୍ରିଟିସ୍‌ ପକ୍ଷ ଚୁକ୍ତି କରିବାକୁ ବାଧ୍ୟ ହୋଇଥିଲା ଏବ˚ ତାହା ମଧ୍ୟ ଥିଲା ସର୍ତ୍ତମୂଳକ। ଗ˚ଜାମ-ମେଦିନୀପୁର ମଧ୍ୟରେ ଯାତାୟାତ ପାଇଁ ଖୋର୍ଦ୍ଧା ରାଜକୋଷକୁ ଏକ ଲକ୍ଷ ଟଙ୍କା ତଥା ଚାରିଟି ପ୍ରଗଣା ଫେରାଇବା ଥିଲା ସର୍ତ୍ତ। ତେବେ, ସେମାନେ ସର୍ତ୍ତ ପାଳନ କରି ନ ଥିଲେ। ୧୮୦୩ରେ ଜୟୀ ରାଜଗୁରୁ ପ୍ରାୟ ଦୁଇ ହଜାର ସଶସ୍ତ୍ର ପାଇକଙ୍କୁ ନେଇ କଟକସ୍ଥିତ ବାରବାଟୀ ଦୁର୍ଗ ଘେରାଉ କରିଥିଲେ। ସେଠାରେ ଅବସ୍ଥାପିତ ବ୍ରିଟିସ୍‌ ପ୍ରଶାସକ ୪୦ ହଜାର ଟଙ୍କା ଦେଇଥିଲେ।

Z Black Agarbatti: ଜେଡ୍‌ ବ୍ଲାକ୍‌ ଅଗରବତୀର ନୂଆ ଟିଭିସି

ସେଠାରୁ ଫେରି ଜୟୀ ରାଜଗୁରୁ ନିଜ ବଳରେ ଚାରିଟିଯାକ ପ୍ରଗଣା ଅଧିକାର କରିଥିଲେ। ତାହା ପରେ ଆରମ୍ଭ ହୋଇଥିଲା ଓଡ଼ିଶାକୁ ବ୍ରିଟିସ୍‌ମୁକ୍ତ କରିବା ଅଭିଯାନ। ୧୮୦୫ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା। ତେବେ ଜୟୀ ରାଜଗୁରୁ ସଫଳ ହୋଇପାରି ନ ଥିଲେ। ତାଙ୍କର ଜଣେ ବାର୍ତ୍ତା ବାହକଙ୍କୁ ବ୍ରିଟିସ୍‌ ସେନା ବନ୍ଦୀ କରି, ତାଙ୍କର ଠିକଣା ଓ ସମସ୍ତ ଗୁପ୍ତ ଯୋଜନା ବାବଦରେ ଅବଗତ ହୋଇଯିବାରୁ ସ୍ଥିତି ବଦଳିଯାଇଥିଲା। ୩ ଜାନୁଆରି ୧୮୦୫ରେ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରାଯାଇଥିଲା ଏବ˚ ୬ ଡିସେମ୍ବର‌ ୧୮୦୬ରେ ମେଦିନୀପୁରର ବାଘିତୋଟାରେ ଏକ ବରଗଛରେ ଝୁଲାଇ ଅତ୍ୟନ୍ତ ବର୍ବରୋଚିତ ଭାବେ ହତ୍ୟା କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.