ARTICLE AD BOX
ଭୁବନେଶ୍ୱର: ଓଡ଼ିଶା ପୁଲିସ ମହିଳାଙ୍କ ସୁରକ୍ଷା, ମହିଳାଙ୍କ ବିରୋଧରେ ଅପରାଧ ରୋକିବା ପାଇଁ ସଂଗଠିତ ଅପରାଧର ସିଣ୍ଡିକେଟ୍କୁ ଭାଙ୍ଗିବା ସହ ନିଶାଦ୍ରବ୍ୟ ଓ ବେଆଇନ ମଦ ବିରୋଧରେ ନିରନ୍ତର ଅଭିଯାନ ଜାରି ରଖିଛି।
ସୂଚନାଯୋଗ୍ୟ, ଓଡ଼ିଶା ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୨୬ ରାତିରେ କଟକ ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ବେଆଇନ ଅସ୍ତ୍ରଶସ୍ତ୍ର, ବେଆଇନ ମଦ, ନିଶାଦ୍ରବ୍ୟ, ଅପରାଧିକ କାର୍ଯ୍ୟକଳାପ, ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ଉଲ୍ଲଂଘନ ରୋକିବା ଓ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ରାତ୍ରିକାଳୀନ ପାଟ୍ରୋଲିଂ ଓ ଯାଞ୍ଚକୁ ମଧ୍ୟ ଜୋରଦାର କରାଯାଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନରେ ମୋଟ ୩୩୬ ଜଣ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଥିଲା।
କଟକ
• ୯୦ଟି ମଦ୍ୟପାନ କରି ଗାଡ଼ି ଚାଳନା ମାମଲା ଚିହ୍ନଟ
• ୯୦ଟି ଗାଡ଼ି ଜବତ। ଏଥିରେ ୨୧ଟି ଚାରିଚକିଆ ଓ ୬୯ଟି ଦୁଇଚକିଆ ଯାନ ରହିଛି
• ୨ଟି ଅବକାରୀ ମାମଲା ଚିହ୍ନଟ ଏବଂ ୩୫ ଲିଟର ମଦ ଜବତ
• ପରିବର୍ତ୍ତିତ ସାଇଲେନ୍ସର୍ ସମ୍ବନ୍ଧୀୟ ୨ଟି ମାମଲା ଚିହ୍ନଟ
• ୪ଟି ମୋବାଇଲ୍ ଫୋନ୍ ଜବତ
ଭୁବନେଶ୍ୱର
• ୧୨୨ଟି ମଦ୍ୟପାନ କରି ଗାଡ଼ି ଚାଳନା ମାମଲା ରୁଜୁ ଏବଂ ୧୨୨ଟି ଯାନ ଜବତ। ଏଥିରେ ୪୯ଟି ଚାରିଚକିଆ, ୮ଟି ତିନିଚକିଆ ଓ ୬୫ଟି ଦୁଇଚକିଆ ଯାନ ରହିଛି
• ମୋଟର ଯାନ ଓ ଅନ୍ୟାନ୍ୟ ଉଲ୍ଲଂଘନ ବାବଦରେ ୭୯,୫୦୦ ଟଙ୍କା ଜରିମାନା ଆଦାୟ
• ଚନ୍ଦ୍ରଶେଖରପୁର ଥାନା ପୁଲିସ ୨ଟି ବାଲି ବୋଝେଇ ହାଇୱା ଜବତ କରିଛି
• ମଞ୍ଚେଶ୍ୱର ଥାନା ପୁଲିସ ୨ଟି ଅବକାରୀ ମାମଲା ଏବଂ ପରିବର୍ତ୍ତିତ ସାଇଲେନ୍ସର୍ ସମ୍ବନ୍ଧୀୟ ୨ଟି ମାମଲା ଚିହ୍ନଟ କରିଛି
•ଖଣ୍ଡଗିରି ଥାନା ପୁଲିସ ପାଟ୍ରୋଲିଂ ସମୟରେ ନିଛାଟିଆ ସ୍ଥାନରେ ମଦ୍ୟପାନ କରୁଥିବା ୩ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରିଛି
ସାମଗ୍ରିକ ଫଳାଫଳ
ଏହି ସ୍ୱତନ୍ତ୍ର ଅଭିଯାନରେ ମଦ୍ୟପାନ କରି ଗାଡ଼ି ଚାଳନା, ପରିବର୍ତ୍ତିତ ସାଇଲେନ୍ସର୍, ବେଆଇନ କାର୍ଯ୍ୟକଳାପ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଇଛି।

7 hours ago
4


