Odisha Taekwondo Association: ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ରେଫରି ଦାୟିତ୍ୱ ତୁଲାଇଲେ ଓଡ଼ିଶାର ଏହେସାସ

7 hours ago 5
ARTICLE AD BOX

ଜମ୍ମୁ କାଶ୍ମୀରରେ ଆୟୋଜିତ ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ମ୍ୟାଚ୍ ପରିଚାଳନା କରି ଓଡ଼ିଶାର ଜାତୀୟ ରେଫରି ଏହେସାସ୍‌ ହୋତା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

 ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ରେଫରି ଦାୟିତ୍ୱ ତୁଲାଇଲେ ଓଡ଼ିଶାର ଏହେସାସ

ଭୁବନେଶ୍ୱର: ଜମ୍ମୁ କାଶ୍ମୀରରେ ଆୟୋଜିତ ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ମ୍ୟାଚ୍ ପରିଚାଳନା କରି ଓଡ଼ିଶାର ଜାତୀୟ ରେଫରି ଏହେସାସ୍‌ ହୋତା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଚଳିତ ମାସ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଗାନ୍ଦରବଲ୍‌ସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟଠାରେ ଅନୁଷ୍ଠିତ ୧୭ ବର୍ଷରୁ କମ୍ (ବାଳକ ଓ ବାଳିକା) ଟାଏକୋଣ୍ଡୋ ଇଭେଣ୍ଟ୍‌ରେ ସେ ଏହି ଦାୟିତ୍ୱ ତୁଲାଇଥିଲେ। ତାଙ୍କୁ ରେଫରି ଦାୟିତ୍ବ ଦେବା ଲାଗି ଓଡ଼ିଶା ଟାଏକୋଣ୍ଡୋ ସଂଘର ସଭାପତିଙ୍କ ନିକଟକୁ କାଶ୍ମୀର ଯୁବ ସେବା ଓ କ୍ରୀଡ଼ା ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ ପତ୍ର ଆସିଥିଲା। ଅନୁରୋଧ ରକ୍ଷା କରି ଓଡ଼ିଶା ସଂଘ ତାଙ୍କୁ ଜମ୍ମୁ କାଶ୍ମୀର ପଠାଇଥିଲା। ସେ ସଫଳତା ସହ ନିଜ ଦାୟିତ୍ବ ତୁଲାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ସୁଯୋଗ ଦେଇଥିବାରୁ ଓଡ଼ିଶା ସଂଘ, ଏସ୍‌‌ଜେଏଫ୍‌ଆଇ ଓ ଜମ୍ମୁ କାଶ୍ମୀର ଯୁବ ସେବା ବିଭାଗକୁ ଧନ୍ୟବାଦ ଦେଇଛନ୍ତି।

ଅଭିଷେକଙ୍କ ଆଗରେ ମୁଣ୍ଡ ନୁଆଁଇଲା ନ୍ୟୁଜିଲାଣ୍ଡ, ଆଗୁଆ ଶୃଙ୍ଖଳା ଜିତିଲା ଭାରତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.