Odisha Urban Conclave 2026 ବ୍ୟବହୃତ ଜଳ ପରିଚାଳନା ଉପରେ ବୈଷୟିକ ସମ୍ମିଳନୀ

3 days ago 4
ARTICLE AD BOX

ଭୁବନେଶ୍ୱର:  ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬ ଅଂଶବିଶେଷ ଭାବେ ବ୍ୟବହୃତ ଜଳ ପରିଚାଳନା ଉପରେ ଆୟୋଜିତ ବୈଷୟିକ ସମ୍ମିଳନୀ ଗତକାଲି (ରବିବାର) ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। 

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସିପିଏଚଇଇଓ (CPHEEO)ର ଡଃ ଭି. କେ. ଚୌରାସିଆ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଙ୍କ ସମେତ ବରିଷ୍ଠ ସରକାରୀ ଅଧିକାରୀ, ଯନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍, ପ୍ରଯୁକ୍ତିବିତ୍ ଏବଂ ଶିଳ୍ପ ପ୍ରତିନିଧିମାନେ ଯୋଗଦେଇ ବର୍ଜ୍ୟଜଳ ବିଶୋଧନ, ପୁନଃବ୍ୟବହାର ଏବଂ ସମ୍ପଦ ପୁନରୁଦ୍ଧାର ପାଇଁ ସ୍ଥାୟୀ, ନିରାପଦ ତଥା ଆର୍ଥିକ ଦୃଷ୍ଟିକୋଣରୁ ସୁଲଭ ଉପାୟ ଉପରେ ଆଲୋଚନା କରିଥିଲେ ।

Odisha Urban

ନିଜ ବକ୍ତବ୍ୟରେ ମନ୍ତ୍ରୀ କହିଥିଲେ, ଦ୍ରୁତ ସହରୀକରଣ ପରିପ୍ରେକ୍ଷୀରେ ପ୍ରଭାବଶାଳୀ ବ୍ୟବହୃତ ଜଳ ପରିଚାଳନାର ବର୍ଦ୍ଧିତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମନ୍ତ୍ରୀ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଶୋଧିତ ବର୍ଜ୍ୟଜଳ ଓ ସ୍ଲଜ୍ (କାଦୁଅ/ଅବଶେଷ)ର ନିରାପଦ ଓ ମିତବ୍ୟୟୀ ପରିଚାଳନାକୁ ଗୁରୁତ୍ବ ଦିଅନ୍ତୁ। ଏଥିପାଇଁ ସରକାରୀ ସଂସ୍ଥା, ବୈଷୟିକ ପ୍ରତିଷ୍ଠାନ, କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡଃ ମହାପାତ୍ର ଦର୍ଶାଇଥିଲେ । 

Urban Development: ସହରାଞ୍ଚଳ ବିକାଶ ଓ ଗମନାଗମନ ବ୍ୟବସ୍ଥାର ସମୀକ୍ଷା: ପ୍ରକଳ୍ପ ତ୍ବରାନ୍ବିତ ଓ ଅର୍ଥର ସମୟୋଚିତ ବିନିଯୋଗ ନିର୍ଦ୍ଦେଶ
ଆଇଆଇଟି ରୁରକିର ହାଇଡ୍ରୋଲୋଜି ବିଭାଗର ପ୍ରଫେସର ଭାସ୍କର ଜ୍ୟୋତି ଡେକା ପୁନଃବ୍ୟବହାର ଏବଂ ସମ୍ପଦ ପୁନରୁଦ୍ଧାର ପାଇଁ ଅଭିନବ ବର୍ଜ୍ୟଜଳ ବିଶୋଧନ ପ୍ରକ୍ରିୟା ଉପରେ ବକ୍ତବ୍ୟ ରଖିଥିଲେ । ଆଇଆଇଟି ଭୁବନେଶ୍ୱରର ପ୍ରଫେସର ରାଜେଶ ରୋଶନ ଦାଶ ନୂତନ ଏରୋବିକ୍ ଏବଂ ଅନ୍-ଏରୋବିକ୍ ବର୍ଜ୍ୟଜଳ ବିଶୋଧନ ପ୍ରକ୍ରିୟା ଏବଂ ସହରାଞ୍ଚଳ ବର୍ଜ୍ୟଜଳ ପରିଚାଳନାର ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବାରେ ଏହାର ପ୍ରୟୋଗ ଉପରେ ଆଲୋଚନା କରିଥିଲେ। 

Urban Development: ପୌରସଂସ୍ଥାଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି କଲେ ରାଜ୍ୟ ସରକାର
କାଉନସିଲ ଅନ୍ ଏନର୍ଜି, ଏନଭାଇରନମେଣ୍ଟ ଆଣ୍ଡ ୱାଟରର ଡଃ ନୀତିନ ବାସି ବିଶୋଧିତ ବର୍ଜ୍ୟଜଳର ପୁନଃବ୍ୟବହାର ସମ୍ପର୍କିତ ନୀତି ଉପରେ ମତ ରଖିଥିଲେ।  ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟର ସୁବ୍ରତ ଚକ୍ରବର୍ତ୍ତୀ ବିଶୋଧିତ ଜଳର ନିରାପଦ ତଥା ପ୍ରଭାବଶାଳୀ ପୁନଃବ୍ୟବହାର କ୍ଷେତ୍ରରେ ଥିବା ଯୋଜନାଗତ ଆହ୍ୱାନ ବିଷୟରେ କହିଥିଲେ ।

ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଇଂ. ଅବିନାଶ ରାଉଳ ଅଭିନବ ସହର ଡ୍ରେନେଜ୍ ବ୍ୟବସ୍ଥା ଏବଂ ସ୍ଥାୟୀ ସହରାଞ୍ଚଳ ଜଳ ପରିଚାଳନାରେ ଏହାର ଭୂମିକା ଉପରେ ଉପସ୍ଥାପନା କରିଥିଲେ ।

Urban development ପୌରପରିଷଦକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ: ୫୦ ପ୍ରତିଶତ ଖର୍ଚ୍ଚ ନିଜେ ତୁଲାଅ

ଇଆଇସି (ଜନସ୍ୱାସ୍ଥ୍ୟ) ଇଂ. ବିଳାସ ବେହେରା, ୱାଟକୋ  ପରିଚାଳନା ନିର୍ଦ୍ଦେଶକ ଇଂ. ଦେବବ୍ରତ ମହାନ୍ତି ଏବଂ ଇଆଇସି  ଇଂ. ଭାଗ୍ୟଧର ମହାନ୍ତି ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.