ARTICLE AD BOX
ଭୁବନେଶ୍ବର: ଅସ୍ଥାୟୀ ବିକାଶ ମଡେଲ୍ ଓ ପ୍ରକୃତି ପ୍ରତି ହ୍ରାସ ପାଉଥିବା ସମ୍ବେଦନଶୀଳତା ବିଶ୍ବରେ ପରିବେଶଗତ ସମସ୍ୟାକୁ ତୀବ୍ର କରିଛି। ବିଶ୍ବ ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ନିର୍ଗମନ, ଲୋକଙ୍କ କାର୍ଯ୍ୟକଳାପ ଦ୍ବାରା ପରିସଂସ୍ଥାର ଅବନତି ଓ ଜୈବ ବିବିଧତା ଅବକ୍ଷୟ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ମାନବଜାତି ଓ ଜୀବଜଗତ ବଞ୍ଚିବା ପାଇଁ ପରିବେଶୀୟ ଗୁଣବତ୍ତାର ସୁରକ୍ଷା ଅତ୍ୟାବଶ୍ୟକ। ଏହି ଆହ୍ବାନଗୁଡ଼ିକର ମୁକାବିଲା କରିବାକୁ ସରକାର, ଅନୁଷ୍ଠାନ ଓ ଜନସାଧାରଣଙ୍କ ସମନ୍ବିତ ପ୍ରୟାସ ଗୁରୁତ୍ବପୂର୍ଣ୍ଣ ବୋଲି ଓଡ଼ିଶା ପରିବେଶ ସମିତି(ଓଇଏସ୍)ର ୪୫ତମ ପ୍ରତିଷ୍ଠା ଦିବସ ଓ ପୁରସ୍କାର ପ୍ରଦାନ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି।
Umar Khalid: ଜେଏନ୍ୟୁ କାନ୍ଥରେ ଉମର ଖାଲିଦଙ୍କ ସମର୍ଥନରେ ନାରା
ଓଇଏସ୍ ସଭାପତି ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରୀ, ଅନୁଗୋଳ ଭଳି ସହର କିଭଳି ଅଳିଆ ଆବର୍ଜନାର ପାହାଡ଼ ହେବାକୁ ଯାଉଛି ସେନେଇ ମତପ୍ରକାଶ କରିଥିଲେ। ଏଥିସହ ବିକାଶ ନାମରେ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ବିକାଶ ହେଉଛି ବୋଲି କହିଥିଲେ। ଓଇଏସ୍ ପ୍ରତିଷ୍ଠାତା ସଭାପତି ପ୍ରସନ୍ନ କୁମାର ଦାଶଙ୍କ ସ୍ମୃତିରେ ସ୍ମାରକୀ ବକ୍ତୃତା ପ୍ରଦାନ କରି ମୁଖ୍ୟବକ୍ତା ସାହିତ୍ୟିକ ଦାଶ ବେନହୁର ପରିବେଶୀୟ ବିପର୍ଯ୍ୟୟରୁ ମାନବଜାତିକୁ ସୁରକ୍ଷିତ ରଖିବାକୁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ମତ ଦେଇଥିଲେ। ସଭାପତି ଶ୍ରୀ ପାତ୍ର ଆଧୁନିକ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଓ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଓଇଏସ୍ କାର୍ଯ୍ୟକାରୀ ସଭାପତି ଜୟକୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ମନୋରଞ୍ଜନ ମିଶ୍ର ଓଇଏସ୍ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଯୁଗ୍ମ ସମ୍ପାଦକ ସୁରଭି ଜୈନ ଧନ୍ୟବାଦ ଦେଇଥିଲେ।
S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର
ଉତ୍ସବ ଅବସରରେ ସ୍ବାସ୍ଥ୍ୟ ସେବା ବିଭାଗର ପୂର୍ବତନ ନିର୍ଦ୍ଦେଶିକା ଡା. ସେବା ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ପୂର୍ବତନ ଏମିରେଟସ୍ ପ୍ରଫେସର ହେମନ୍ତ କୁମାର ପାତ୍ରଙ୍କୁ ପରିବେଶ ଉତ୍କର୍ଷ ପୁରସ୍କାର, ପରିବେଶ ଅଧ୍ୟୟନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଆଶୁତୋଷ ଦେବତାଙ୍କୁ ଜନପ୍ରିୟ ପରିବେଶ ଓ ବିଜ୍ଞାନ ପୁରସ୍କାର, ବୃକ୍ଷରୋପଣ ନିମନ୍ତେ ବିଜୟ କୁମାର ଜେନାଙ୍କୁ ପ୍ରକୃତି ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ସମ୍ପାଦକ ତନୟା ପଟ୍ଟନାୟକଙ୍କୁ ପରିବେଶ ସମ୍ବାଦରେ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ଅନୁପସ୍ଥିତିରେ ସମ୍ବାଦ ପ୍ରତିନିଧି ପୁରସ୍କାର ଗ୍ରହଣ କରିଥିଲେ। ଏଥିସହ ଓୟୁଏଟିର ମୌଳିକ ବିଜ୍ଞାନ କଲେଜର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ଓଇଏସ୍ ଫେଲୋ ଉପାଧି, ପ୍ରଫେସର ନିମାଇ ଚରଣ ମିଶ୍ର, ସୁଧାକର କର, ପ୍ରଫେସର କୁଞ୍ଜ ବିହାରୀ ଶତପଥୀ ଓ ବିଶ୍ବନାଥ ପୁହାଣଙ୍କୁ ‘ଓଇଏସ୍ ପୃଷ୍ଠପୋଷକ’ ମାନ୍ୟତା ମିଳିବ। ଆଜୀବନ ସଦସ୍ୟ ରେଖା ଦେବୀ, ଶୈଳବାଳା ଦେବୀ, ପ୍ରଫେସର ସଞ୍ଜୟ କୁମାର ସାମନ୍ତରାୟ, କିଶୋର ଚନ୍ଦ୍ର ମହାନ୍ତି ଓ ନାରାୟଣ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା।

1 day ago
5


