Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_h65gkqvld1u58pep3k2gucvlmj, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Oil: ତେଲ, ଗ୍ୟାସ୍‌ ପାଇଁ ମହାନଦୀ ଅବବାହିକାରେ କୂପ ଖନନ - CGPT.IN

Oil: ତେଲ, ଗ୍ୟାସ୍‌ ପାଇଁ ମହାନଦୀ ଅବବାହିକାରେ କୂପ ଖନନ

1 month ago 12
ARTICLE AD BOX

ନୂଆଦିଲ୍ଲୀ: ଓଡ଼ିଶାର କୋଣାର୍କ ସନ୍ଧାନ କ୍ଷେତ୍ରଠାରୁ ୨୩ ନୌଟିକାଲ ମାଇଲ ଦୂରରେ ମହାନଦୀ ଉପତଟୀୟ ଅବବାହିକାରେ ଥିବା ‘ଏମ୍‌ଏନ୍‌-ଡିଡବ୍ଲ୍ୟୁ୧୮-ଏଚ୍‌-ଡି’ଠାରେ ରାଷ୍ଟ୍ରାୟତ୍ତ କମ୍ପାନି ଓଏନ୍‌ଜିସି ପକ୍ଷରୁ କୂପ ଖନନ ଆରମ୍ଭ କରାଯାଇଛି। ସମୁଦ୍ର ମନ୍ଥନ ଅଭିଯାନ ଅଧୀନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି ଯାହା ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ସହ ଆମଦାନି ନିର୍ଭରଶୀଳତା କମ୍‌ କରିବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଏହି ସ୍ଥାନରେ ଚାରିଟି କୂପ ଖନନ ଯୋଜନା ରହିଛି। ଏହି ଅଞ୍ଚଳରେ ବ୍ୟାପକ ତୈଳ ଓ ଗ୍ୟାସ ଗଚ୍ଛିତ ଥିବା ଆକଳନ କରାଯାଇଛି। 

ଏକ ଆକଳନ ଅନୁସାରେ ଭାରତ ପୂର୍ବ ଓ ପଶ୍ଚିମତଟର ଗଭୀର ସମୁଦ୍ର ଅବବାହିକାରେ ୬୫୦୦ ନିୟୁତ ମେଟ୍ରିକ୍‌ ଟନ୍‌ରୁ ଅଧିକ ତୈଳ ଗଚ୍ଛିତ ଥିବା ଅନୁମାନ କରାଯାଉଛି। ତାହାର ସନ୍ଧାନ କରିବା ପାଇଁ ପୂର୍ବରୁ ନିଷିଦ୍ଧ ଥିବା ୩୦୦୦ ମିଟର ପର୍ଯ୍ୟନ୍ତର ଗଭୀର ଜଳରେ ଖନନ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଫଳରେ ସମୁଦ୍ରରେ ପ୍ରାୟ ଏକ ନିୟୁତ ବର୍ଗ କିଲୋମିଟର ପର୍ଯ୍ୟନ୍ତ ପୂର୍ବରୁ ନିଷିଦ୍ଧ ଥିବା ଅଞ୍ଚଳରେ ଖନନ ପାଇଁ ପଥ ପ୍ରଶସ୍ତ ହୋଇପାରିଛି। ନିକଟରେ କାବେରୀ, ମହାନଦୀ ଓ ଆଣ୍ଡାମାନ ଅବବାହିକାରେ କରାଯାଇଥିବା ଅନୁସନ୍ଧାନରେ ବ୍ୟାପକ ସଫଳତା ମିଳିଥିଲା। ଗଭୀର ସମୁଦ୍ରରେ ଅନୁସନ୍ଧାନ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଓଏନ୍‌ଜିସି ସ୍ବତନ୍ତ୍ର ‘ଡିପ୍‌ଏକ୍ସ’ ବିଭାଗ ଖୋଲିଛି। ମହାନଦୀ ଉପତଟୀୟ ଅବବାହିକାରେ ଆଜି ଆରମ୍ଭ କରାଯାଇଥିବା ଖନନ ସବୁଠାରୁ ଆହ୍ବାନପୂର୍ଣ୍ଣ ବୋଲି କମ୍ପାନି କହିଛି।

Mahanadi: ତୃତୀୟ ପକ୍ଷ ମଧ୍ୟସ୍ଥତାରେ ହେବ ମହାନଦୀ ବିବାଦର ସମାଧାନ

ଭାରତ ନିଜ ସିଂହଭାଗ ତୈଳ ଓ ଗ୍ୟାସ୍‌ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଏହି ଦୁଇ ଜିନିଷ ମଗାଇବା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ହୋଇପଡ଼ିଛି ଯାହା ଦେଶର ଶକ୍ତି ସୁରକ୍ଷା ପ୍ରତି ବିପଦ ସୃ‌ଷ୍ଟି କରିଛି। କେବଳ ସେତିକି ନୁହେଁ ଅଧିକ ଦାମ୍‌ରେ ତେଲ ଓ ଗ୍ୟାସ କିଣିବାକୁ ବିପୁଳ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ୁଛି ଯାହା ଦେଶର ଅର୍ଥନୀତିକୁ ମଧ୍ୟ ଦୁର୍ବଳ କରୁଛି। ଆମଦାନି ନିର୍ଭରଶୀଳତା କମ୍‌ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଦେଶ ଭିତରେ ଥିବା ସମ୍ଭାବ୍ୟ ଅଞ୍ଚଳଗୁଡ଼ିକରେ ତୈଳ ଓ ଗ୍ୟାସ୍‌ ସନ୍ଧାନ କାର୍ଯ୍ୟକୁ ଜୋରଦାର କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.