ARTICLE AD BOX
ସଵଡେଗା / ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଜଣାଶୁଣା ସମାଜସେବୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଲେଫ୍ରିପଡା ଜୟରାମ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଶିକ୍ଷକପିତ୍ରୁଷ ଟପ୍ପୋଙ୍କ ଆଜି ଭୋର ସକାଳୁ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ହୋଇଥିଲା।
ସୂଚନା ଅନୁସାରେ, ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଆଜି ଭୋରେ ସମୟ ତେଲେନଡିହି ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ୱର୍ଗତ ଟପ୍ପୋ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷଭାବେ କାର୍ଯ୍ୟ କରିଥିଲେ। ଜିଲ୍ଲା ପରିଷଦ କାର୍ଯ୍ୟକାଳ ମଧ୍ୟରେ ସେ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗ୍ରାମୀଣ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ଲେଫ୍ରିପଡା ଜୟରାମ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ଦୀର୍ଘ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ବହୁ ଛାତ୍ରଙ୍କ ଜୀବନ ଗଢିଥିଲେ।
ଲେଫ୍ରିପଡା ଅଞ୍ଚଳରେ ଶୋକର ଛାୟା
ସ୍ୱର୍ଗତ ଟପ୍ପୋ ଜଣେ ସଚ୍ଚୋଟ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ଲେଫ୍ରିପଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି, ଶିକ୍ଷାବିତ୍, ପୂର୍ବତନ ଛାତ୍ର ଓ ରାଜନୈତିକ ମହଲରୁ ଶୋକ ପ୍ରକାଶ କରାଯାଇଛି। ଆଜି ତେଲେନଡିହି ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡିଛି।
Heavy Rain: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ନଦୀର ପାଣି ବଢ଼ିଲା, ୨ ଗ୍ରାମର ୧୫୦୦ ଲୋକ ଜଳବନ୍ଦୀ

3 days ago
3


