Pathan Brothers: ଦୁବାଇରେ ପଠାନ ଭ୍ରାତାଙ୍କୁ ରସିଦଙ୍କ ଆଫ୍‌ଗାନୀ ଆତିଥ୍ୟ

2 weeks ago 5
ARTICLE AD BOX

ଦୁବାଇ:ଆଫ୍‌ଗାନିସ୍ତାନ ଅଲ୍‌ରାଉଣ୍ଡର ଦୁବାଇସ୍ଥିତ ନିଜ ବାସଭବନରେ ଭାରତୀୟ କ୍ରିକେଟ୍‌ରେ ପଠାନ ଭ୍ରାତା ଭାବେ ପରିଚିତ ଇର୍ଫାନ ଓ ୟୁସୁଫଙ୍କୁ ପାରମ୍ପରିକ ଆଫ୍‌ଗାନୀ ଭୋଜି ଦେଇ ଆପ୍ୟାୟିତ କରିଛନ୍ତି। ରସିସଙ୍କ ଆତିଥ୍ୟ ଓ ଭୋଜିର ସ୍ବାଦରେ ଇର୍ଫାନ ମୁଗ୍ଧ ହୋଇ ଯାଇଛନ୍ତି। ସାମାଜିକ ଗଣମାଧ୍ୟମରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରି ଇର୍ଫାନ ନିଜ ଅନୁଭୂତି ବାଣ୍ଟିବା ସହ ଖାଦ୍ୟର ସ୍ୱତନ୍ତ୍ର ସ୍ୱାଦ ଓ ଆତ୍ମୀୟତାଭରା ଆତିଥ୍ୟର ପ୍ରଶଂସା କରିଛନ୍ତି।

ଆତିଥ୍ୟ ଅତି ଚମତ୍କାର ଥିଲା: ଇର୍ଫାନ

ସେ ଲେଖିଛନ୍ତି, “ରସିଦ ଭାଇ ଓ ଲୟଲୋମା ଭାବିଙ୍କ ଆତିଥ୍ୟ ଅତି ଚମତ୍କାର ଥିଲା। ଆମେ ଅତ୍ୟନ୍ତ ସ୍ୱାଦିଷ୍ଟ ଆଫଗାନୀ ଖାଦ୍ୟ ଖାଇଲୁ। ପ୍ରତ୍ୟେକ ଖାଦ୍ୟର ସ୍ୱାଦ ନିଆରା ଥିଲା। ଏହାକୁ ଆହୁରି ସ୍ୱତନ୍ତ୍ର କରିଥିଲା, ଏଥିରେ ଥିବା ଭଲପାଇବା ଓ ଆତ୍ମୀୟତା। ରସିଦ ଭାଇ, ଏବେ ବି ସେହି ଖାଦ୍ୟ କଥା ଭାବୁଛି।” ରସିଦଙ୍କ ସହ ଇର୍ଫାନଙ୍କ ବନ୍ଧୁତା ଅତି ଘନିଷ୍ଠ। ଉଭୟ ସାମାଜିକ ଗଣମାଧ୍ୟମରେ ନିୟମିତ ଭାବେ ଯୋଗାଯେଗରେ ରହିଥାନ୍ତି। ସଂପ୍ରତି ଇର୍ଫାନ ଓ ୟୁସୁଫ ନିଜ ନିଜ ପରିବାର ସହ ଦୁବାଇରେ ଛୁଟି କାଟୁଛନ୍ତି।

China Smash: ଚାଇନା ସ୍ମାସ୍‌: ସେମିରେ ଅଟକିଲେ ମନୁଷ-ମାନବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.