PEO under Vigilance Trap ୫ହଜାର ଟଙ୍କା ଲାଞ୍ଚ ନେଇ ପଞ୍ଚାୟତ ଅଧିକାରୀ ଗିରଫ

1 month ago 12
ARTICLE AD BOX

ଭୁବନେଶ୍ବର: ୫ହଜାର ଟଙ୍କା ଲାଞ୍ଚ ନେଇ ଯାଜପୁରଜିଲ୍ଲା କୋରେଇ ବ୍ଲକ୍‌ କାଚରା ସାହି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ପ୍ରଫୁଲ୍ଲ କୁମାର ନାଥ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଧରାପଡ଼ିଛନ୍ତି। 

Vigilance Raid Hatadihi Peo ଭିଜିଲାନ୍ସ ଜାଲରେ ହାଟଡିହି ପିଇଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍‌ସ ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଅନୁସାରେ, ଜଣେ ଗୃହହୀନ ବିଧବା ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନା (ଏଜିୱାଇ)ର ଅନ୍ତିମ କିସ୍ତି ପାଇବାକୁ ପଞ୍ଚାୟତ କାର୍ଯ୍ୟାଳୟ ବାରମ୍ବାର ଦୌଡ଼ିଥିଲେ। ନିୟମାନୁସାରେ ନିଜର ଘର ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିଦେଇଥିଲେ, ଏଣୁ ତାଙ୍କୁ ବୋନସ ମଧ୍ୟ ମିଳିବାର ଥିଲା। ତେବେ ଅର୍ଥର ଅଭାବ ଥବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରେ ତୁରନ୍ତ କିସ୍ତି ପ୍ରଦାନ କରିବାକୁ ଅନେକ ହାରିଗୁହାରି କହିଥିଲେ। ତେବେ ଏହି କିସ୍ତି ଦେବା ପାଇଁ ପିଇଓ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। 

ଇନ୍ଦିରା ଆବାସ ବିଲ୍ ପାଇଁ ଲାଞ୍ଚ; ପୂର୍ବ ପଞ୍ଚାୟତ ଅଧିକାରୀଙ୍କୁ ୨ ବର୍ଷ କାରାଦଣ୍ଡ

ଜଣେ ଗରିବ ବିଧବାଙ୍କ ଦୁଃଖ କୌଣସି ପ୍ରକାରେ ପିଇଓ ପ୍ରଫୁଲ୍ଲ କୁମାରଙ୍କ ହୃଦୟରେ ଦୟା ସଞ୍ଚାର କରିଥିଲା, ୧୦ହଜାର ଟଙ୍କାକୁ ହ୍ରାସ କରି ୫ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ। ଏହି ଟଙ୍କା ନଦେଲେ ଅନ୍ତିମ କିସ୍ତି ଓ ବୋନସ ଟଙ୍କା ବନ୍ଦ କରିଦେବେ ବୋଲି ଧମକ ଦେଇଥିଳେ। ଏଥିରେ ଉକ୍ତ ହିତାଧିକାରୀ ଅନ୍ୟ ଉପାୟ ନପାଇ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ। 

ଗୋପାଳପୁର ପଂଚାୟତ ଭତ୍ତା ଦୁର୍ନୀତି: ପଞ୍ଚାୟତ ଅଧିକାରୀ ନିଲମ୍ବିତ

ଆଜି ଉକ୍ତ ବିଧବା ମହିଳାଙ୍କ ନିକଟରୁ ପିଇଓ ଉକ୍ତ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ମାଡ଼ିବସିଥିଲା। ଏନେଇ ପିଇଓ ନାଥଙ୍କ ବିରୋଧରେ କଟକ ଭିଜିଲାନ୍‌ସ ଥାନାରେ ୨୬/୨୦୨୬ରେ ଏକ ମାମଲା ରୁଜୁ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.