Plane crash: ଆଲାସ୍କାରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ, ୮ ଜଣଙ୍କ ମୃତ୍ୟୁ

6 days ago 5
ARTICLE AD BOX

ୱାସିଂଟନ: ଆମେରିକାର ଆଲାସ୍କାରେ ଗୁରୁବାର ଏକ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ଥିବା ସମସ୍ତ ୮ ଜଣଙ୍କ ମୃତ୍ୟୁ ହୋଇଛି। ପଶ୍ଚିମ ଆଲାସ୍କାର ଦୁର୍ଗମ କେପ୍‌ ନ୍ୟୁଏନହାମ୍‌ ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆମେରିକୀୟ ସାମରିକ କର୍ତ୍ତୃପକ୍ଷ ଓ ଅନ୍ୟ ଅଧିକାରୀମାନେ ଏହି ଘଟଣାର ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁସାରେ, ସିକ୍ୟୁରିଟି ଏଭିଏସନ୍‌ ପକ୍ଷରୁ ପରିଚାଳିତ ଦୁଇ ଇଞ୍ଜିନ୍‌ ବିଶିଷ୍ଟ ସେସ୍‌ନା ୪୪୧ ବିମାନଟି ଆଲାସ୍କାର ଆଙ୍କୋରେଜ୍‌ରୁ କେପ୍‌ ନ୍ୟୁଏନହାମ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନରେ ୨ ଜଣ ପାଇଲଟ୍‌ ଓ ୬ ଜଣ ଯାତ୍ରୀ ଥିଲେ। କେପ୍‌ ନ୍ୟୁଏନହାମ୍‌ରେ ପହଞ୍ଚିବା ପୂର୍ବରୁ ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ରେ କେପ୍‌ ନ୍ୟୁଏନହାମ୍‌ ବିମାନବନ୍ଦର ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନବନ୍ଦର ଏକ ଦୁର୍ଗମ ଆମେରିକୀୟ ବାୟୁସେନା ଅଞ୍ଚଳରେ ରହିଛି।

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍: ଦଳମାନଙ୍କ ପାଇଁ ଭୁବନେଶ୍ବର-ରାଉରକେଲା ଚାର୍ଟର ବିମାନ

ଅଞ୍ଚଳଟି ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ଘଟଣାର ସୂଚନା ମିଳିବା ପରେ ଆଲାସ୍କା ରେସ୍କ୍ୟୁ କୋଅର୍ଡିନେସନ୍‌ ସେଣ୍ଟର ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ପରେ ଉଦ୍ଧାରକାରୀ ଦଳ ବିମାନରେ କେହି ବଞ୍ଚି ନ ଥିବା ନିଶ୍ଚିତ କରିଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଆମେରିକାର ଫେଡେରାଲ୍‌ ଏଭିଏସନ୍‌ ଆଡମିନିଷ୍ଟ୍ରେସନ୍‌ (ଏଫ୍‌ଏଏ) ଓ ନ୍ୟାସନାଲ୍‌ ଟ୍ରାନ୍ସପୋର୍ଟେସନ୍‌ ସେଫ୍ଟି ବୋର୍ଡ (ଏନ୍‌ଟିଏସ୍‌ବି) ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.