Police dead body: କଟକରେ ପୁଣି ପୁଲିସ ଅଧିକାରୀଙ୍କ ମୃତଦେହ ଠାବ; ରେଳଧାରଣାରୁ ଏଏସ୍‌ଆଇଙ୍କ ଶବ ଜବତ

3 days ago 5
ARTICLE AD BOX

କଟକ: ଗତ ଜୁଲାଇ ମାସରେ କଟକ କମିସନରେଟ ପୁଲିସ ଅଧୀନ ଚାଉଳିଆଗଂଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କର ମୃତଦେହ ଉଦ୍ଧାର ଘଟଣା ମନରୁ ଲିଭି ନଥିବା ବେଳେ ଆଜି କାଠଯୋଡ଼ି ରେଳ ଧାରଣାରୁ ଜଣେ ପୁଲିସ ଏଏସଆଇଙ୍କ ମୃତଦେହ ଉଦ୍ଧାର ହୋଇଛି। ଲିଙ୍କ୍ ରୋଡ଼ କାଠଯୋଡ଼ି ନିକଟ ରେଳ ଧାରଣାରୁ ପୁଲିସ ଏଏସଆଇ ଜିତେନ୍ଦ୍ର ସମାନ୍ତରାୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

ଜିତେନ୍ଦ୍ର ୨୦୧୧ ମସିହାରେ କନେଷ୍ଟବଳ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ପାଞ୍ଚ ମାସ ତଳେ ଏଏସ୍‌ଆଇ ପାହ୍ୟାକୁ ପଦୋନ୍ନତି ପାଇ ବୈରୀ ଟ୍ରେନିଂ ସେଣ୍ଟରରେ ଟ୍ରେନିଂ କରୁଥିଲେ। ମୃତଦେହକୁ ପୋଷ୍ଟମର୍ଟମ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ। 

ସୂଚନାଯୋଗ୍ୟ, ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତଦେହ ଗତ ଜୁଲାଇ ପ୍ରଥମ ସପ୍ତାହରେ ଜବତ କରାଯାଇଥିଲା। ଶ୍ବାସରୁଦ୍ଧ ହେବା କାରଣରୁ ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟିଥିଲା ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଥିଲା। 

Police officer: ଶ୍ବାସରୁଦ୍ଧ ହେବାରୁ ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ!

ଏହି ଘଟଣାରେ କଟକ କମିସନରେଟ୍‌ ପୁଲିସ ବିଉଟିଙ୍କ ମୋବାଇଲ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା। ଭୁବନେଶ୍ବର କମିସନରେଟ୍‌ ପୁଲିସ ଅଧୀନ ଏକ ଥାନାର ଏଏସ୍‌ଆଇଙ୍କୁ  କଟକ କମିସନରେଟ୍‌ ପୁଲିସର ଅଧିକାରୀମାନେ ମାରାଥନ୍‌ ଜେରା କରିଥିଲେ। ବିଉଟିଙ୍କ ମୋବାଇଲ୍‌ କଲ୍‌ ରେକର୍ଡରୁ ସଂପୃକ୍ତ ଏଏସ୍‌ଆଇଙ୍କ ଭୂମିକା ସନ୍ଦେହଘେରକୁ ଆସିଥିଲା। କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଚାଉଳିଆଗଞ୍ଜ ଥାନାରେ ପହଞ୍ଚି ବିଉଟିଙ୍କ ସ୍ୱାମୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ଘଟଣାକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଉଟି ପୂର୍ବରୁ ପାହାଳ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିବା ବେଳେ ସେଠାରେ କାହା ସହ ତାଙ୍କର ବିବାଦ ଥିଲା କି ନାହିଁ ସେ ଦିଗରେ ପୁଲିସ ତଦନ୍ତକୁ ଜୋରଦାର୍‌ କରିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.