Police High-Level Meeting ରାଜ୍ୟ ପୁଲିସର ଉଚ୍ଚସ୍ତରୀୟ ବୈଠକ: ନାଗରିକଙ୍କ ଅଭି‌ଯୋଗକୁ ଧୈର୍ଯ୍ୟର ସହ ଶୁଣିବାକୁ ନିର୍ଦ୍ଦେଶ

6 days ago 3
ARTICLE AD BOX

କଟକ:  ଆଜି (ଶୁକ୍ରବାର) ପୂର୍ବାହ୍ନରେ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ରାଜ୍ୟ ପୁଲିସର ଏକ ଗୁରୁତ୍ବପୂର୍ଣ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଧୈର୍ଯ୍ୟର ସହ ଶୁଣିବା, ସମ୍ମାନଜନକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରିବା ଏବଂ ଅଭିଯୋଗର ନିରପେକ୍ଷ ଓ ତ୍ୱରିତ ତଦନ୍ତ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

State police: କିଏ ଧରିବେ ରାଜ୍ୟ ପୁଲିସ ମଙ୍ଗ: ଚର୍ଚ୍ଚାରେ ସୁଧାଂଶୁ, ସୁଶାନ୍ତ ଓ କୋଚେ, ପ୍ରାସଙ୍ଗିକ ହେବ କି ଓଡ଼ିଆ ଅସ୍ମିତା

 ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍‌ପିମାନେ ବୈଠକରେ ଯୋଗଦେଇଥିଲେ।

ପୁଲିସ ଅଧିକାରୀ ଓ କର୍ମଚାରୀମାନେ ନିୟମିତ ଭାବେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବା ସହ ଥାନାଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ ଜନସାଧାରଣଙ୍କୁ ମିଳୁଥିବା ପୋଲିସ ସେବାରେ ଅଧିକ ସୁଧାର ଆଣିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏସ୍‌ଡିପିଓମାନେ ନିୟମିତ ଭାବେ ଅଧୀନସ୍ଥ ଥାନାଗୁଡ଼ିକ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। 

Police Convocation Ceremony ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ

ଅଗଷ୍ଟରୁ ନଭେମ୍ବର ମଧ୍ୟରେ ପ୍ରଫେଟ୍ ମହମ୍ମଦଙ୍କ ଜନ୍ମଦିନ, ଜନ୍ମାଷ୍ଟମୀ, ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି/କାଳୀପୂଜା, ଅଁଳା ନବମୀ, ପଞ୍ଚୁକ ଓ ବାଲିଯାତ୍ରା ଭଳି ବିଭିନ୍ନ ପର୍ବପର୍ବାଣୀ ଗୁଡ଼ିକରେ ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପୁଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଶାନ୍ତି କମିଟି ବୈଠକ ଏବଂ ସ୍ଥାନୀୟ ଲୋକପ୍ରତିନିଧି ଓ ବିଭିନ୍ନ ଗୋଷ୍ଠୀଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଅପରାଧ ନିୟନ୍ତ୍ରଣ ଦିଗରେ ଅଭ୍ୟାସଗତ ଅପରାଧୀ ଓ ସଂଗଠିତ ଅପରାଧୀଙ୍କ ବିରୋଧରେ କଡ଼ା ଓ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଗୋରୁ ପରିବହନ ଓ ବେଆଇନ ବାଣ ପ୍ରସ୍ତୁତି ରୋକିବା ପାଇଁ ନାକା ଚେକିଂ ଓ ପାଟ୍ରୋଲିଂ ବୃଦ୍ଧି କରିବା ସହ ବେଆଇନ ଖଣିଜ ଉତ୍ତୋଳନ ଓ ପରିବହନ ବିରୋଧରେ ନିୟମିତ ଚଢ଼ାଉ, ଯାନବାହନ ଯାଞ୍ଚ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ତ୍ୱରିତ ଆଇନଗତ ପଦକ୍ଷେପ ନେବାକୁ ସେ କହିଥିଲେ।

ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ, ଉତ୍ତେଜନାମୂଳକ, ଆପତ୍ତିଜନକ ଓ ବିଭ୍ରାନ୍ତିକର ତଥ୍ୟ ଉପରେ ନିୟମିତ ଓ କଡ଼ା ନଜର ରଖିବା ସହ ଏଭଳି ପ୍ରଚାର ବିରୋଧରେ ତ୍ୱରିତ ଓ ଆଇନସମ୍ମତ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଗୁଇନ୍ଦା ସୂଚନା ସଂଗ୍ରହକୁ ଆହୁରି ସୁଦୃଢ଼ କରିବା, ସମ୍ଭାବ୍ୟ ଅପରାଧ ଓ ଅପ୍ରୀତିକର ଘଟଣା ସମ୍ପର୍କରେ ଆଗୁଆ ସୂଚନା ହାସଲ କରିବା ଏବଂ ତଦନୁଯାୟୀ ପ୍ରତିଷେଧମୂଳକ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

Supreme Court: ପୁଲିସର ନିର୍ଯାତନା ଓ ବଳପ୍ରୟୋଗ ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟଙ୍କ ୫-ଜଣିଆ କମିଟି ଗଠନ

ସାଇବର ଅପରାଧର ମୁକାବିଲା ପାଇଁ ସାଇବର ପୋଲିସ ଷ୍ଟେସନଗୁଡ଼ିକର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ସହ ସାଇବର ଅପରାଧ ସମ୍ପର୍କିତ ମାମଲାର ତଦନ୍ତ ଓ ପଦକ୍ଷେପକୁ ଅଧିକ ଫଳପ୍ରଦ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏସ୍‌ପିମାନେ ପ୍ରତି ସପ୍ତାହରେ  ଥରେ ସାଇବର ପୁଲିସ ଷ୍ଟେସନଗୁଡ଼ିକ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିବାକୁ ସେ କହିଥିଲେ।

ଏଥିସହ ଶାନ୍ତି କମିଟି ବୈଠକ ନିୟମିତ ଆୟୋଜନ, ସ୍ଥାନୀୟ ଅଂଚଳରେ ଲୋକ ସମ୍ପର୍କ ବୃଦ୍ଧି ଏବଂ ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ଆଗୁଆ ରୋକିବା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲା ଏସ୍‌ପିଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ପୁଲିସର କାର୍ଯ୍ୟଦକ୍ଷତା, ଜନକଲ୍ୟାଣ ସେବାକୁ ଆହୁରି ବୃଦ୍ଧି କରିବା ପାଇଁ ସମସ୍ତ ସ୍ତରରେ ଉତ୍ତମ ସମନ୍ୱୟ ଓ ଯୋଗାଯୋଗ ରଖି ଦାୟିତ୍ୱ ସମ୍ପାଦନ କରିବାକୁ ଡିଜିପି ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ।

Unsafe Odisha Police: ଅସୁରକ୍ଷିତ ଓଡ଼ିଶା ପୁଲିସ!: ୪୦ ହଜାରରୁ ଅଧିକ ଫୋର୍ସଙ୍କର ନାହିଁ ସୁରକ୍ଷା ଉପକରଣ

ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚ୍‌ଆର୍‌ପିସି) ୟତୀନ୍ଦ୍ର କୋଏଲ, ଆଇଜିପି (ପର୍ସୋନେଲ) ଏସ୍. ପ୍ରବୀଣ କୁମାର, ଡିଆଇଜିପି (ଏସ୍‌ଟିଏଫ୍) କନୱର ବିଶାଲ ସିଂହ, ଡିଆଇଜିପି (ପ୍ରୋଭିଜନିଂ) ଚରଣ ସିଂ ମୀନା, ଡିଆଇଜିପି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍‌ପିମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.