ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ (ସିପିଏସ୍ଇ) ଗୁଡ଼ିକର ଅତିରିକ୍ତ ଜମି ଓ ସମ୍ପତ୍ତି ବିକ୍ରି କରି ୧୫ ହଜାର କୋଟି ଟଙ୍କାରୁ ଅଧିକ ଆୟ କରିବାକୁ ଲକ୍ଷ୍ୟ ରଖିଛି। ଏହି ତାଲିକାରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଓ ମହାନଗର ଟେଲିଫୋନ୍ ନିଗମ ଲିମିଟେଡ୍ (ଏମ୍ଟିଏନ୍ଏଲ୍), ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆର୍ଆଇଏନ୍ଏଲ୍), ଆଇଟିଆଇ ଓ ଏଚ୍ଆଇଏଲ୍ର ବହୁମୂଲ୍ୟ ଜମି ଓ କୋଠାବାଡ଼ି ରହିଛି।
ଜମି ଓ ଅନ୍ୟାନ୍ୟ ଅଣପ୍ରମୁଖ ସମ୍ପତ୍ତିକୁ ଆୟରେ ପରିଣତ କରିବା ପାଇଁ ସରକାର ଜାତୀୟ ଜମି ମୁଦ୍ରୀକରଣ ନିଗମ (ଏନ୍ଏଲ୍ଏମ୍ସି) ମାଧ୍ୟମରେ ଏହି ପ୍ରକ୍ରିୟା ଚଳାଇଛନ୍ତି। ଏଥିରେ ସରକାରୀ ଉଦ୍ୟୋଗଗୁଡ଼ିକର ଅବ୍ୟବହୃତ ଜମି, ଆବାସିକ ପରିସର ଓ ବାଣିଜ୍ୟିକ କୋଠାର ବିକ୍ରି କିମ୍ବା ଅନ୍ୟ ଉପାୟରେ ବ୍ୟବହାର କରି ଆୟର ସୂତ୍ର ବାହାର କରାଯିବ।

1 hour ago
3


