Volunteers: ଗଞାମ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ଏକାଠି ହେଲେ ଗୁଣପୁରିଆ

49 minutes ago 2
ARTICLE AD BOX

ରାୟଗଡ଼ା (ଶିବ ପ୍ରସାଦ ଦୋରା): ବାତ୍ୟା ଅର୍ଣବ ଦ୍ବାରା ଗୁରୁତ୍ତର ଭାବେ ପ୍ରଭାବିତ ହୋଇଥିବା ଗଞ୍ଜାମ ଜିଲ୍ଲାର ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଦଳମତ ନିର୍ବିଶେଷରେ ଆଜି ସହଯୋଗର ହାତ ବଢ଼ାଇ ଥିଲେ ଗୁଣପୁରିଆ। ରିଲିଫ୍ ବଣ୍ଟନ ସହ ଗାଁ ସଫେଇରେ ଦେଲେ ଶ୍ରମଦାନ। ବାତ୍ୟାର ତାଣ୍ଡବରେ ପ୍ରଭାବିତ ଅଞ୍ଚଳରେ ବିପନ୍ନ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ସମୟରେ ସହାୟତାର ହାତ ବଢ଼ାଇବା ପାଇଁ ଆଜି ସ୍ବେଛାସେବୀ ମାନେ ଗଞ୍ଚାମ ଜିଲ୍ଲା ପହଁଚିଥିଲେ। ଜାତି, ଧର୍ମ, ରାଜନୈତିକ ଦଳ ଓ ମତପାର୍ଥକ୍ୟର ସମସ୍ତ ସୀମାରେଖାକୁ ଅତିକ୍ରମ କରି ଗୁଣପୁରର ବିଭିନ୍ନ ବର୍ଗର ଲୋକ ଏକାଠି ହୋଇ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ। 

ଏହି ମହତ୍ ଉଦ୍ଦେଶ୍ୟରେ ପ୍ରାୟ ୧୦୦ ଜଣ ଗୁଣପୁରିଆ ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ରିଲିଫ୍ ସାମଗ୍ରୀ ଓ ରନ୍ଧାଖାଦ୍ୟ ବଣ୍ଟନ କରିବା ସହ ବିପନ୍ନ ପରିବାରଗୁଡ଼ିକୁ ସହାୟତା ପ୍ରଦାନ କରିଥିଲେ। କେବଳ ସହାୟତା ସାମଗ୍ରୀ ବଣ୍ଟନରେ ସେମାନଙ୍କର ଉଦ୍ୟମ ସୀମିତ ରହି ନଥିଲା; ବରଂ ନିଜ ହାତରେ ଶ୍ରମଦାନ କରି ପ୍ରଭାବିତ ଗାଁଗୁଡ଼ିକର ପରିମଳ ବ୍ୟବସ୍ଥା ସୁଧାରିବା ଓ ସଫେଇ କାର୍ଯ୍ୟରେ ମଧ୍ୟ ସମସ୍ତେ ସାମିଲ ହୋଇଥିଲେ। 

ଏହି ମାନବିକ ଅଭିଯାନକୁ ସଫଳ କରିବା ପାଇଁ ଗୁଣପୁରିଆ ଙ୍କ ଚାରିଆଡ଼ୁ ସହଯୋଗର ସୁଅ ଛୁଟିଥିଲା। ଅନେକ ବ୍ୟକ୍ତି ନିଜ ନିଜର ସାମର୍ଥ୍ୟ ଓ ସୁବିଧା ଅନୁଯାୟୀ ଆର୍ଥିକ ସହାୟତା, ରିଲିଫ୍ ସାମଗ୍ରୀ, ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ। ବାତ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ଗାଁଗୁଡ଼ିକରେ ଜମି ରହିଥିବା ଆବର୍ଜନା, ଅପରିଷ୍କାର ପରିବେଶ ଓ ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀ ମାନେ ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଗୁଣପୁରର ଏହି ୧୦୦ ଜଣଙ୍କ ଉଦ୍ୟମ କେବଳ ରିଲିଫ୍ ବଣ୍ଟନର ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ମାନବିକତା, ଏକତା, ସାମାଜିକ ଦାୟିତ୍ୱବୋଧ ଓ ପରସ୍ପର ସହଯୋଗର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ନବ ନିର୍ମାଣ ସମିତିର ସଭାପତି ଅକ୍ଷୟ କୁମାର ଦାଶ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.