ARTICLE AD BOX
ଭୁବନେଶ୍ବର: ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଲୋକ ଭବନରେ ୪୮ତମ ସର୍ବଭାରତୀୟ ଲୋକସମ୍ପର୍କ ସମ୍ମିଳନୀ-୨୦୨୬ (ଏଆଇପିଆର୍ସି-୨୦୨୬)ର ପୋଷ୍ଟର ଓ ସୂଚନା ପୁସ୍ତିକା ଉନ୍ମୋଚନ କରିଛନ୍ତି। ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆର୍ଏସ୍ଆଇ) ଦ୍ୱାରା ଆୟୋଜିତ ଓ ପିଆର୍ଏସ୍ଆଇ ଭୁବନେଶ୍ୱର ଚାପ୍ଟର ଆନୁକୂଲ୍ୟରେ ଏହି ତିନି ଦିନିଆ ସମ୍ମିଳନୀ ଆସନ୍ତା ଡିସେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।
ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ଏପରି ଏକ ସର୍ବଭାରତୀୟ ଲୋକସମ୍ପର୍କ ସମ୍ମିଳନୀ ଆୟୋଜନ ହେଉଥିବା ଅତ୍ୟନ୍ତ ଗର୍ବର ବିଷୟ । ଏହାର ବିଷୟବସ୍ତୁ ‘ନବଗୁଞ୍ଜର’ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରିବା ସହିତ କୃତ୍ରିମ ବୁଦ୍ଧିମତ୍ତାର ପରିବର୍ତ୍ତନଶୀଳ ସମ୍ଭାବନାକୁ ସୁନ୍ଦର ଭାବରେ ଉପସ୍ଥାପନ କରୁଛି। ଏହି ସମ୍ମିଳନୀ ପ୍ରାୟ ୫୦ ବର୍ଷରେ ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ପିଆର୍ଏସ୍ଆଇର ଜାତୀୟ ସଭାପତି ଡ. ଅଜିତ ପାଠକ, ମହାସଚିବ ଡ. ପି.ଏଲ୍.କେ. ମୂର୍ତ୍ତି, ସମ୍ମିଳନୀ ଆବାହକ ଡ. ସଞ୍ଜୟ କୁମାର ସାହୁ, ସହ-ଆବାହକ କୃଷ୍ଣଚନ୍ଦ୍ର ମହାପାତ୍ର ଓ କୋଷାଧ୍ୟକ୍ଷ ଅଂଶୁମାନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

1 week ago
3


