Python Killed Goat: ଆନନ୍ଦପୁରରେ ଅଭାବନୀୟ: ଛେଳିକୁ ଗିଳି ଦେଲା ଅଜଗର

8 hours ago 4
ARTICLE AD BOX

ରଙ୍କନିଧି ବେହେରା ନିଜର ଛେଳି ଛାଡ଼ିଦେଇ ଗଛ ମୂଳେ ବିଶ୍ରାମ ନେଉଥିଲେ l ହଠାତ୍ ଛେଳିର ଚିତ୍କାର ଶୁଣି ପହଞ୍ଚିବାରୁ ଏକ ବିରାଟ ଅଜଗର ଗୋଟିଏ ଛେଳିକୁ ଅଧା ଗିଳି ଦେଇଥିବା ଦେଖିବାକୁ ପାଇଥିଲେ l

 (sambad.in) Python killed goat at Anandpur Photograph: (sambad.in)

ଆନନ୍ଦପୁର:  ଆନନ୍ଦପୁର ବ୍ଲକ ବେଲବାହାଳି ନିକଟରେ ଛେଳିକୁ ଏକ ଅଜଗର ଗିଳି ଦେଇଥିବା ବେଳେ ଛେଳିଟି ମରି ଯାଇଛି l ଗ୍ରାମର ରଙ୍କନିଧି ବେହେରା ନିଜର ଛେଳି ଛାଡ଼ିଦେଇ ଗଛ ମୂଳେ ବିଶ୍ରାମ ନେଉଥିଲେ l ହଠାତ୍ ଛେଳିର ଚିତ୍କାର ଶୁଣି ପହଞ୍ଚିବାରୁ ଏକ ବିରାଟ ଅଜଗର ଗୋଟିଏ ଛେଳିକୁ ଅଧା ଗିଳି ଦେଇଥିବା ଦେଖିବାକୁ ପାଇଥିଲେ l

ଜଙ୍ଗଲକୁ ପଳାଇଥିଲା ଅଜଗର

ରଙ୍କନିଧି ଠେଙ୍ଗା ଆଣିବାକୁ ଯାଇ ନିକଟରେ ଥିବା ଲୋକଙ୍କୁ ଡାକିଥିଲେ l ତେବେ ଲୋକ ପହଞ୍ଚିବା ବେଳକୁ ଅଜଗର ଛେଳିକୁ ଛାଡ଼ି ନିକଟରେ ଥିବା ଛୋଟ ଜଙ୍ଗଲ ମଧ୍ୟକୁ ପଳାଇଥିଲା l କିଛି ସମୟ ମଧ୍ୟରେ ଛେଳିଟି ମରି ଯାଇଥିଲା l

Cyclone: ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର, ଜରୁରୀକାଳୀନ ବ୍ୟବସ୍ଥା ସୁଦୃଢ଼

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.