Raavan: 'ଜୁଆ ଖେଳିନଥିଲେ ରାବଣ'

6 days ago 4
ARTICLE AD BOX

ଭୁବନେଶ୍ୱର: ତ୍ରେତୟା ଯୁଗରେ ପ୍ରବଳ ପ୍ରତାପୀ ଲଙ୍କାପତି ରାବଣଙ୍କ କଥା ତ ଆପଣ ଜାଣିଥିବେ | ମାତା ସୀତାଙ୍କୁ ଅପହରଣ କରି ବନ୍ଧକ ଭାବେ ରଖିଥିବା ଦଶାନନ ରାବଣଙ୍କ ଚରିତ୍ର ଆପଣଙ୍କର ମନେଥିବ | ପ୍ରତିବର୍ଷ ବିଜୟା ଦଶମୀରେ ରାବଣ ପୋଡି ବି ଦେଖି ଦେଖି ଆପଣଙ୍କ ସେହି ଚରିତ୍ର ପୁଣି ଉଜ୍ଜୀବିତ ହୋଇଯାଉଥିବ | ତେବେ ରାବଣଙ୍କୁ ନେଇ ଗଞ୍ଜାମଜିଲ୍ଲା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ନିଆରା ଢଙ୍ଗରେ ଏକ ପୋଷ୍ଟ କରାଯାଇଛି | ଯାହାକୁ ସମସ୍ତଙ୍କୁ ପସନ୍ଦ କରୁଥିବାବେଳେ ଜୁଆ ଖେଳିଲେ କଣ ହୁଏ ତାହାର ସମ୍ୟକ ସୂଚନା ଦିଆଯାଇଛି | 

ଅନେକ ସମୟରେ ଆପଣ ବି ଖବରରେ ପଢ଼ିଥିବେ ଜୁଆ ଆଡ୍ଡାରେ ଚଢ଼ାଉ...ଜୁଆଡି ଗିରଫ...ତେବେ ଏହି ପୋଷ୍ଟରେ କିନ୍ତୁ ଦର୍ଶାଯାଇଛି ଯେ ରାବଣ ଅନେକ ଖରାପ କାମ କରୁଥିଲେ ବି କେବେ ଜୁଆ ଖେଳିନଥିଲେ | ରାବଣଙ୍କ ପାଖରେ ଲକ୍ଷେ ଖରାପ ଗୁଣ ଥିଲା, ହେଲେ ସେ କେବେ ଜୁଆ ଖେଳିନଥିଲେ | ଏହାପରେ ଜନସାଧାରଣଙ୍କୁ ଅପିଲ କରି ପୁଲିସ ପକ୍ଷରୁ କୁହାଯାଇଛି ଯେ, 'ଜୁଆ ଖେଳନ୍ତୁ ନାହିଁ, ନହେଲେ ଘର, ଟଙ୍କା ଓ ସମ୍ମାନ ସବୁ ଯିବ। ଜୁଆ ଓ ଅନଲାଇନ୍ ବେଟିଂରୁ ଦୂରେଇ ରୁହନ୍ତୁ। ପରିବାରକୁ ବଞ୍ଚାନ୍ତୁ। ଅଭିଯୋଗ ପାଇଁ ଡାଏଲ୍ କରନ୍ତୁ ୧୧୨' | 

WhatsApp Image 2026-10-21 at 21.41.41

ଜୁଆ ଖେଳିବା ଦ୍ୱାରା କାଳେ ଆପଣ ବଡ ବାଜି ଜିତିଯିବେ ଭାବି ପରିଶ୍ରମର ଅର୍ଥ, ଘର ପଟା ସବୁ ଲଗାଇଦିଅନ୍ତି | ହେଲେ ଯଦି ହାରିଯାନ୍ତି, ତେବେ ସେ ସବୁ ତ ଯାଏ, ପୁଲିସ ଯଦି ଧରେ ତେବେ ଗିରଫ ହୋଇ ସମ୍ମାନ ବି ଯାଏ | ସ୍ଥାନୀୟ ଅଂଚଳରେ ସୁନାମ ଥିବା ଲୋକଟି ଜୁଆଡି ଆଖ୍ୟା ପାଏ | ତେଣୁ ଏହି ଜୁଆ ଓ ଅନଲାଇନ ବେଟିଂରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି |

Read Entire Article
LEFT SIDEBAR AD

Hidden in mobile, Best for skyscrapers.