Rahul Gandhi: ‘ବନ୍ଦେ ମାତରମ୍‌’ ବିବାଦରୁ ନଜର ହଟେଇବାକୁ ରାହୁଲ ଧାରଣା ଦେଇଛନ୍ତି: ନଡ୍ଡା

6 days ago 4
ARTICLE AD BOX

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସଂସଦ ମାର୍ଗ ପୁଲିସ ଷ୍ଟେସନ ବାହାରେ ଧାରଣା ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ନେତାଙ୍କ ମିଡିଆର ଧ୍ୟାନ ଆକର୍ଷଣ କରିବାକୁ ଧାରଣା ଦେଇଛନ୍ତି ବୋଲି ନଡ୍ଡା କହିଛନ୍ତି।

ନଡ୍ଡା କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଧାରଣା ପ୍ରତିବାଦ ‘ବନ୍ଦେ ମାତରମ୍’କୁ ଅସମ୍ମାନ କରିବା ପାଇଁ କଂଗ୍ରେସ ଯେଉଁ ସମାଲୋଚନାର ସମ୍ମୁଖୀନ ହେଉଛି ସେଥିରୁ ଧ୍ୟାନ ହଟାଇବା ପାଇଁ ପ୍ରୟାସ। ସୂଚନାଯୋଗ୍ୟ, ଜୁଲାଇ ୨୦ ରେ ସଂସଦ ଚଲୋ ମାର୍ଚ୍ଚ ସମୟରେ ଛାତ୍ର ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ପେଲେଟ୍‌ ଗନ୍‌ ଚଲାଇବା ଯୋଗୁଁ ସାହିଲ ଲୋଚାବ ନାମକ ଜଣେ ଛାତ୍ରଙ୍କ ଦୃଷ୍ଟିଶକ୍ତି ଚାଲି ଯିବା ପରେ ପୁଲିସ‌ରେ ଅଭିଯୋଗ କରିବାକୁ ଚାହୁଥିଲେ ମଧ୍ୟ ପୁଲିସ ଅଭିଯୋଗ ପଞ୍ଜୀକରଣ କରିବାକୁ ମନା କରିଦେବା ପରେ ବିବାଦ ଆରମ୍ଭ ହୋଇଥିଲା। ସାହିଲଙ୍କ ଏତଲା ରୁଜୁ ଦାବିରେ ରାହୁଲ ଗାନ୍ଧୀଙ୍କ ସହିତ କଂଗ୍ରେସ ନେତାମାନଙ୍କ ସହିତ ଧାରଣାରେ ବସିଥିଲେ। ରାହୁଲ ଅଭିଯୋଗ କରିିଛନ୍ତି ଯେ, ସାହିଲଙ୍କ ଆଖିରେ ୩ଟି ପେଲେଟ୍‌ ବାଜିଥିବାବେଳେ ଶରୀରରେ ୨୦୦ ପେଲେଟ୍‌ ବାଜିଥିଲା। ଏହାପୂର୍ବରୁ ଛାତ୍ରମାନଙ୍କ ଉପରେ ପେଲେଟ ଗନ୍‌ ଚଳାଇବାକୁ କିଏ ନିର୍ଦ୍ଦେଶ ଦେଇଥିଲା ତାହା ଜାଣିବାକୁ ରାହୁଲ ଗାନ୍ଧୀ ଦାବି କରୁଥିବାବେଳେ ଆଜି ସାହିଲଙ୍କ ଅଭିଯୋଗ ଉପରେ ଏତଲା ପଞ୍ଜିକୃତ ନହେବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ଦୁନିଆର ସବୁଠୁ ବଡ଼ ରିଅଲ ଇଷ୍ଟେଟ୍‌ ସଂସ୍ଥା ଦେବାଳିଆ

Read Entire Article
LEFT SIDEBAR AD

Hidden in mobile, Best for skyscrapers.