ARTICLE AD BOX
ନୂଆଦିଲ୍ଲୀ:ଶିକ୍ଷକ ଦିବସ ଅବସରରେ ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦେଶରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ସୁଯୋଗ ଓ ଉତ୍ତମ ଶିକ୍ଷା ମିଳିବା ଭଳି ଶିକ୍ଷା ବ୍ୟବସ୍ଥା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇ ରାହୁଲ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ଓ ଆଗାମୀ ପିଢ଼ିକୁ ଦିଗଦର୍ଶନ ଦେବାରେ ଶିକ୍ଷକଙ୍କ ଭୂମିକା ଅମୂଲ୍ୟ।
ଶିକ୍ଷା ବ୍ୟବସ୍ଥା ସମ୍ମୁଖରେ ଅନେକ ପ୍ରଶ୍ନ
ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ସମ୍ମୁଖରେ ଅନେକ ଗୁରୁତର ପ୍ରଶ୍ନ ରହିଛି। ତେଣୁ ସମସ୍ତେ ମିଶି ଏଭଳି ଏକ ଶିକ୍ଷା ବ୍ୟବସ୍ଥା ଗଢ଼ିବା ଆବଶ୍ୟକ, ଯେଉଁଠି ପ୍ରତ୍ୟେକ ଛାତ୍ରଛାତ୍ରୀ ସମାନ ସୁଯୋଗ, ଗୁଣାତ୍ମକ ଶିକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇପାରିବେ। ଏହି ଅବସରରେ ସେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ଜନ୍ମଦିନକୁ ପ୍ରତିବର୍ଷ ଶିକ୍ଷକ ଦିବସ ଭାବେ ପାଳନ କରାଯାଏ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଓ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଶିକ୍ଷକମାନଙ୍କ ସହ ଡ. ରାଧାକୃଷ୍ଣନଙ୍କୁ ସ୍ମରଣ କରିଥିଲେ।
Iran Oil Tanker: ଖାର୍ଗ ଦ୍ୱୀପ ନିକଟରେ ବିସ୍ଫୋରଣ, ଇରାନୀ ତୈଳ ଜାହାଜକୁ ଆମେରିକାର ମିସାଇଲ ମାଡ଼!

44 minutes ago
1


