Ramadevi Women's University: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ: ମା’ ରମାଦେବୀ ଚେୟାର ଚାଲିବାକୁ ଅର୍ଥ ନାହିଁ, ଚେୟାରର ଭବିଷ୍ୟତକୁ ନେଇ ଆଶଙ୍କା

1 week ago 3
ARTICLE AD BOX

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହୋଇଥିବା ମା’ ରମାଦେବୀ ଚେୟାର ବନ୍ଦ ହେବାକୁ ବସିଲାଣି। ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ଯୋଗାଣ ବନ୍ଦ ‌ହୋଇଥିବାରୁ ଚେୟାର ଚାଲିବା ଆଉ ସମ୍ଭବପର ହେଉ ନାହିଁ। ପରିମାଣ ସ୍ବରୂପ ଯେଉଁ ରମାଦେବୀଙ୍କ ନାମରେ ବିଶ୍ବବିଦ୍ୟାଳୟ ନାମିତ ହୋଇଛି, ତାହାକୁ ବନ୍ଦ କରିବାକୁ ଏକପ୍ରକାର ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ଆସିଛି। ୨୦୨୩ ଜୁଲାଇରେ ମା’ ରମାଦେବୀଙ୍କ ସ୍ମୃତିରେ ସ୍ଥାପିତ ହୋଇଥିବା ଏହି ଚେୟାରରେ ଲିଙ୍ଗଗତ ସମାନତା, ସାମାଜିକ ନ୍ୟାୟ, ମହିଳା ସଶକ୍ତିକରଣ ଆଦି ବିଷୟରେ ଗବେଷଣା ଓ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଥିଲା। ଶୁଭାରମ୍ଭ ଦିନରୁ ଆଜି ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ ମାଧ୍ୟମରେ ଗବେଷଣା ଓ ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା ମଧ୍ୟ ଆଗକୁ ବଢ଼ିବାକୁ ଏହି ଚେୟାର ଏବେ ସଂଘର୍ଷ କରୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଯାହାଙ୍କ ନାମରେ ଓଡ଼ିଶାର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟ ନାମିତ ହୋଇଛି ତାଙ୍କ ସ୍ମୃତିରେ ପ୍ରତିଷ୍ଠା ହୋଇଥିବା ଚେୟାରର ଭବିଷ୍ୟତ ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି।

Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ଗତ ସରକାର ସମୟରେ ପ୍ରତିଷ୍ଠା ହୋଇଥିବା ଏହି ‌ଚେୟାର ମାଧ୍ୟମରେ ସମାଜରେ ନାରୀଭିତ୍ତିକ ସମସ୍ୟାଗୁଡ଼ିକର ବିଶ୍ଲେଷଣାତ୍ମକ ଓ ତୁଳନାତ୍ମକ ଗବେଷଣା କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିସହ ହ୍ୟୁମାନିଟିଜ୍‌ ଓ ସମାଜ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ର‌ର ସହଭାଗିତାରେ ବହୁବିଷୟକ ଅନୁସନ୍ଧାନ, ବିଭିନ୍ନ ମହିୟସୀ ମହିଳାଙ୍କ ଆବଦାନ ସମେତ ସେମାନଙ୍କ ସଫଳତାର ଆଲୋଚନା କରାଯାଇ ଆଗାମୀ ପିଢ଼ିଙ୍କୁ ପ୍ରୋତ୍ସାହିତ, ସାମାଜିକ ବ୍ୟାଧିଗୁଡ଼ିକର ନିରାକରଣ ଓ ନାରୀ-ପୁରୁଷ ଲିଙ୍ଗଗତ ଭେଦଭାବ ଦୂର, ମହିଳା ସଶକ୍ତିକରଣ ପରି କ୍ଷେତ୍ରରେ ଏହି ଚେୟାର କାର୍ଯ୍ୟ କରିବ। ଦେଶର ଉନ୍ନତି ସହ ଓଡ଼ିଶାର ଅର୍ଥନୈତିକ ବିକାଶ ମା’ ରମାଦେବୀ ଚେୟାର ପ୍ରତିଷ୍ଠାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଚେୟାରର ପ୍ରଫେସର ଭାବେ ସୁଚେତା ପ୍ରିୟବାଦିନୀଙ୍କୁ ଅବସ୍ଥାପିତ କରାଯାଇଥିଲା। ଚେୟାର ପ୍ରତିଷ୍ଠା ହେବା ପରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ମହିଳାଙ୍କ ସମ୍ପର୍କିତ ବିଭିନ୍ନ କର୍ମଶାଳା, ଆଲୋଚନାଚକ୍ର କରାଯାଇଥିଲେ ମଧ୍ୟ ଗବେଷଣା କ୍ଷେତ୍ରରେ ସେତେଟା ପ୍ରଭାବ ପକାଇପାରି ନ ଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଚେୟାର ପାଇଁ ବହୁତ କମ୍‌ ଅର୍ଥ ବ୍ୟୟବରାଦ ହୋଇଥିଲା, ଯାହାକି ଶେଷ ହୋଇଗଲାଣି। ପର୍ଯ୍ୟାୟକ୍ରମେ ଅର୍ଥ ଦିଆଯିବ ବୋଲି ପୂର୍ବ ସରକାର ଘୋଷଣା କରିଥିଲେ ମଧ୍ୟ ତାହା ମିଳିପାରି ନ ଥିଲା। ଯେଉଁଥିପାଇଁ ଏବେ ଚେୟାରର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

Zonal Council Meeting: ଆଞ୍ଚଳିକ ପ୍ରତିନିଧିତ୍ୱ ସୁରକ୍ଷା ଓ ଆର୍ଥିକ ସ୍ୱାୟତ୍ତତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମା’ ରମାଦେବୀ ଚେୟାର ପାଇଁ ଅର୍ଥ ଅଭାବ ହେବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ବର ସହ ନେଇଛନ୍ତି। ଚେୟାର ପାଇଁ କେତେ ଟଙ୍କା ମିଳିଥିଲା, କେବେ ଠାରୁ ଅର୍ଥ ଶେଷ ହୋଇଛି ସେନେଇ ସମୀକ୍ଷା ହୋଇଛି। ଏସମ୍ପର୍କରେ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରିବା ସହ ଚେୟାର କିଭଳି ଠିକ୍‌ ଭାବେ ଚାଲିପାରିବ ସେନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.