Rayagada: ମ୍ୟାକ୍ସ ପିକଅପ୍ ଗାଡ଼ି ଓଲଟି ୧୮ଶ୍ରମିକ ଆହତ

6 days ago 4
ARTICLE AD BOX

ଗୁଣପୁର: ରାୟଗଡ଼ାଜିଲ୍ଲା ଗୁଣପୁର ବ୍ଲକ ସଗଡା ପଞ୍ଚାୟତର କିଛି ଶ୍ରମିକ ଧାନ ରୁଆ ନିମନ୍ତେ ମ୍ୟାକ୍ସ ଗାଡ଼ିରେ ଯାଉ ଥିବାବେଳେ ଟଲନା ଘାଟି ନିକଟରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୧୮ଜଣ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହୁରି ପଢନ୍ତୁ: Highcourt: ସିଧାସଳଖ ଜିଲ୍ଲା ଜଜ୍‌ କ୍ୟାଡର ପଦରେ ନିଯୁକ୍ତି ପରୀକ୍ଷା, ସାକ୍ଷାତକାର ପାଇଁ ଆବେଦନକାରୀଙ୍କୁ ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରମିକମାନେ ଡକାସିକୁଲା ଗ୍ରାମକୁ ଧାନ ରୁଆ ବେଉଷଣ ନିମନ୍ତେ ଯାଉଥିଲେ। ଘଟଣା ଆଜି ସକାଳ ସାଢେ଼ ୬ଟା ବେଳେ ଘଟିଛି। ଖବର ପାଇ ୧୦୮ ଆମ୍ବୁଲାନ୍ସ, ଅଗ୍ନିଶମ ଏବଂ ପୁଟା ସିଂ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସମସ୍ତଙ୍କ ବୟସ ପ୍ରାୟ ୨୧ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ୬ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅଧିକ ଚିକିତ୍ସା ନିମନ୍ତେ ପାରଳାଖେମୁଣ୍ଡି ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.