ARTICLE AD BOX
ମାଲକାନଗିରି : ନିକଟରେ ମାଲକାନଗିରିରେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ପଚରାଉଚରା ସମୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ମାଲକାନଗିରି ଡିଭିଏଫ୍ ଟିମ୍ ପକ୍ଷରୁ ମାଥିଲି ଥାନା ଅଧୀନ ଚେରକୋଟଲା, କିର୍ମିଟି, କୋଟୱାପଦର ଓ କଦଭଟା ଜଙ୍ଗଲ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଞ୍ଚଳ ଛତିଶଗଡ଼ର ବସ୍ତର ଜିଲ୍ଲାର ଦରଭା ଥାନା ଏବଂ ସୁକମା ଜିଲ୍ଲାର ପୁସପାଲ ଥାନା ସୀମାକୁ ଲାଗି ରହିଛି।
୨୬.୦୮.୨୦୨୬ ଭୋର ପ୍ରାୟ ୫ଟା ୩୦ ମିନିଟରେ ଯାଞ୍ଚ ସମୟରେ ଡିଭିଏଫ୍ ଟିମ୍ ଏକ ବଡ଼ ମାଓବାଦୀ ଡମ୍ପ ଠାବ କରିଥିଲା। ଡମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଆଇଇଡି, ବିସ୍ଫୋରକ, କ୍ଲେମୋର ମାଇନ୍ ଏବଂ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ଜବତ କରାଯାଇଛି। ଏହି ସାମଗ୍ରୀଗୁଡ଼ିକ ସାଧାରଣ ନାଗରିକ ଏବଂ ସୁରକ୍ଷାବାହିନୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ରଖାଯାଇଥିବା ସନ୍ଦେହ କରାଯାଉଛି। ଜବତ ସାମଗ୍ରୀ ମଧ୍ୟରେ ଦେଶୀ ବନ୍ଧୁକ ୩ଟି , ୫ କେଜି ଆଇଇଡି ୧ଟି, ୩ କେଜି ଆଇଇଡି ୨ଟି, ୨ କେଜି ଆଇଇଡି ୧ଟି , କୋଡେକ୍ସ ତାର ୧ ବଣ୍ଡଲ ,କ୍ଲେମୋର ମାଇନ୍ ୨ଟି , ଆଇଇଡି ସପ୍ କେସ୍ ୨ଟି , ରୋନିକୋଟ ୧ଟି , କ୍ୟାପ୍ ୧ଟି , ଲାଲ୍ କପଡ଼ା ୪ ମିଟର , ମାଓବାଦୀ ବ୍ୟାନର ୨ଟି , ମାଓବାଦୀ ୟୁନିଫର୍ମ ୧ ଯୋଡ଼ା , ରେଡିଓ ଆଣ୍ଟେନା ୧ଟି , ୯ ଭୋଲ୍ଟ ବ୍ୟାଟେରୀ ୩ଟି, ୧୦ ମିଟର ତାର, ଛୁରୀ ୧ଟି, ଟର୍ଚ୍ଚ ୧ଟି, ଜର୍କିନ୍ ୨ଟି, ଆଇନା ୧ଟି, ଚାମଚ ୧ଟି, ସ୍ୟାଣ୍ଡେଲ୍ ୨ ଯୋଡ଼ା, ବ୍ୟାଗ୍ ୧ଟି, ଚଷମା ବାକ୍ସ ୧ଟି, କଲମ ୩ଟି, ଟୁଥ୍ପେଷ୍ଟ ୧ଟି, ଟୁଥ୍ବ୍ରଶ୍ ୩ଟି, ତେଲ ବୋତଲ ୨ଟି, ଲାଇଟର ୧ଟି, କଇଁଚି ୧ଟି, ସାବୁନ ବାକ୍ସ ୩ଟି, କପା ୧ ପ୍ୟାକେଟ୍, ଔଷଧ ଏବଂ ମାଓବାଦୀ ସାହିତ୍ୟ ବହି ଇତ୍ୟାଦି ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ଏଓବିଏସ୍ଜେଡ୍ସିର ମାଓବାଦୀ କ୍ୟାଡରମାନଙ୍କର ବୋଲି ସନ୍ଦେହ କରାଯାଉଛି।
ନକ୍ସଲମୁକ୍ତ ହୋଇଛି ମାଲକାନଗିରି ଜିଲ୍ଳା
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇଛି। ୨୦୨୫ ଜାନୁଆରିରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୨ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିବା ବେଳେ ୨୩ ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୬ରେ ତିନୋଟି ବଡ଼ ମାଓବାଦୀ ଡମ୍ପ ଠାବ କରାଯାଇଥିଲା। ଭବିଷ୍ୟତରେ ମାଓବାଦୀ କାର୍ଯ୍ୟକଳାପ ପୁଣି ଥରେ ମୁଣ୍ଡ ନ ଟେକୁ ସେହି ଉଦ୍ଦେଶ୍ୟରେ ଅଞ୍ଚଳରେ ଏସ୍ଓଜି ଏବଂ ଡିଭିଏଫ୍ ଟିମ୍ ପକ୍ଷରୁ ନିୟମିତ କମ୍ବିଂ ଓ ତଲାସୀ ଅଭିଯାନ ଜାରି ରହିଛି।

1 day ago
4


