ARTICLE AD BOX
ମୁମ୍ବାଇ: ମୁଦ୍ରାସ୍ଫୀତି ଉପରେ ବଢ଼ୁଥିବା ଚାପ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାର୍ବଣ ଋତୁ ପୂର୍ବରୁ ରେପୋ ହାର ୦.୨୫% ବଢ଼ାଇ ୫.୫୦% କରିଛି। ୨୦୨୩ ଫେବ୍ରୁଆରି ପରେ ଏହା ରେପୋ ହାରରେ ପ୍ରଥମ ବୃଦ୍ଧି। ରେପୋ ବଢ଼ିଥିବାରୁ ଗାଡ଼ି, ଘର ଆଦି କିଣିବା ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଋଣ ନେଇଥିବା ଗ୍ରାହକଙ୍କ ମାସିକ କିସ୍ତି ବା ଇଏମ୍ଆଇ ବଢ଼ିବା ଆଶଙ୍କା ରହିଛି। ରେପୋ ହାର ବଢ଼ାଇବା ସହ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତି ଆଭିମୁଖ୍ୟକୁ ‘ନିଉଟ୍ରାଲ୍’ରୁ ‘କ୍ୟାଲିବ୍ରେଟେଡ୍ ଟାଇଟେନିଂ’ ଆଡ଼କୁ ବଦଳାଇଛି। ଅର୍ଥାତ ଆଗକୁ ମୁଦ୍ରାସ୍ଫୀତିର ସ୍ଥିତି ଅନୁସାରେ ସୁଧହାର ଆହୁରି ବଢ଼ିବା କିମ୍ବା କିଛି ସମୟ ପାଇଁ ଅପରିବର୍ତ୍ତିତ ରହିବା ସମ୍ଭାବନା ରହିଛି। ନିକଟ ଭବିଷ୍ୟତରେ ସୁଧହାର କମିବା ସମ୍ଭାବନା ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସଙ୍କେତ ଦେଇଛନ୍ତି।
Judgement: ସିଇସି ନିଯୁକ୍ତି ଆଇନ ମାମଲା: ବିଭାଜିତ ରାୟ ପ୍ରତ୍ୟାହାର ପାଇଁ ଆବେଦନ
ରେପୋ ହାର ବଢ଼ାଇଥିଲେ ମଧ୍ୟ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଆଶାବାଦୀ ରହିଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବାସ୍ତବ ଜିଡିପି
ଅଭିବୃଦ୍ଧି ଆକଳନକୁ ୬.୭%ରୁ ବଢ଼ାଇ ୭.୧% କରାଯାଇଛି। ଅର୍ଥାତ ପୂର୍ବ ଆକଳନଠାରୁ ଅଭିବୃଦ୍ଧି ହାର ୦.୪ ପ୍ରତିଶତ ଅଧିକ ରହିବ। ଦେଶର ଚାହିଦା, ଉପଯୋଗ ଓ ନିବେଶରେ ଦୃଢ଼ତା ପାଇଁ ଅର୍ଥନୀତି ଆଗକୁ ବଢ଼ିବ। ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ଦ୍ୱିତୀୟ ତ୍ରୈମାସିକରେ ୭.୨%, ତୃତୀୟ ତ୍ରୈମାସିକରେ ୬.୯% ଏବଂ ଚତୁର୍ଥ ତ୍ରୈମାସିକରେ ୬.୮% ଜିଡିପି ଅଭିବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ତୈଳଦର ବୃଦ୍ଧି, ଖାଦ୍ୟ ମୂଲ୍ୟ ଓ ଆନ୍ତର୍ଜାତିକ ଅସ୍ଥିରତା ଯୋଗୁଁ ମୁଦ୍ରାସ୍ଫୀତି ଉପରେ ଚାପ ବଢ଼ିଛି। ରିଜର୍ଭ ବ୍ୟାଙ୍କ ୨୦୨୬-୨୭ ପାଇଁ ମୁଦ୍ରାସ୍ଫୀତି ଆକଳନକୁ ୫.୦%ରୁ ୫.୨%କୁ ବଢ଼ାଇଛି।
Horoscope 2026 October 08: ଜାଣନ୍ତୁ ଆଜିର ରାଶିଫଳ...
ଏହି ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ ପାଇଁ ଅର୍ଥନୀତିର ଅଭିବୃଦ୍ଧିକୁ ଜାରି ରଖିବା ସହ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ମୁଖ୍ୟ ଆହ୍ୱାନ ହୋଇଛି। ଅର୍ଥନୀତି ଦୃଢ଼ ରହିଥିବା ବେଳେ ବଢ଼ୁଥିବା ଦରଦାମ ଚାପକୁ ଦେଖି ରିଜର୍ଭ ବ୍ୟାଙ୍କ ସୁଧହାର ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ରେପୋ ହାର ବଢ଼ିଲେ ବ୍ୟାଙ୍କଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କଠାରୁ ଟଙ୍କା ଋଣ କରିବା ମହଙ୍ଗା ହୁଏ। ଏହାର ପ୍ରଭାବରେ ଘର, ଗାଡ଼ି ଓ ବ୍ୟକ୍ତିଗତ ଋଣର ସୁଧହାର ବଢ଼ିପାରେ ଏବଂ ଋଣଗ୍ରହୀତାଙ୍କ ମାସିକ ଋଣ କିସ୍ତି ବଢ଼ିବାର ସମ୍ଭାବନା ଦେଖାଦିଏ। ଅନ୍ୟପଟେ ଫିକ୍ସଡ ଡିପୋଜିଟ୍ ଭଳି ଜମା ଯୋଜନାରେ ସୁଧହାର ବଢ଼ିବାର ସୁଯୋଗ ମଧ୍ୟ ରହିଛି।

2 weeks ago
3


