RIDF Project Review ଆର୍‌ଆଇଡିଏଫ୍‌ ପ୍ରକଳ୍ପ ସମୀକ୍ଷା: ୧୯୨ରୁ ୬୮ ପ୍ରକଳ୍ପ ଅଧୁରା, ପଡ଼ିରହିଛି ୪୦% କାମ

6 days ago 6
ARTICLE AD BOX

ଭୁବନେଶ୍ୱର:  ନାବାର୍ଡ ସହାୟତାରେ ରାଜ୍ୟରେ ଚାଲିଥିବା  ଗ୍ରାମାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠୀ (ଆର୍‌ଆଇଡିଏଫ୍‌) ଦ୍ବାରା ଅନୁଦିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ପ୍ରକଳ୍ପ ଶେଷ ହୋଇନାହିଁ। ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି କଥା ଜଣାଯାଇଛି। 

Unemployment rate: ବେକାରି ହାର ୫.୧%କୁ ହ୍ରାସ ଗ୍ରାମାଞ୍ଚଳରେ କମିଲା, ସହରାଞ୍ଚଳରେ ବଢ଼ିଲା

ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୬୮ଟି ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଅନୁମୋଦିତ ହୋଇଥିବା ମୋଟ ୧୯୨ଟି ଆର୍‌ଆଇଡିଏଫ୍‌ ପ୍ରକଳ୍ପ ମଧ୍ୟରୁ ୧୨୪ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୬୮ଟି ପ୍ରକଳ୍ପର ସ୍ଥିତି ଓ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଏହି ୬୮ଟି ପ୍ରକଳ୍ପ ମଧ୍ୟରେ ୪୪ଟି ସେତୁ ପ୍ରକଳ୍ପ ରହିଥିବାବେଳେ ୨୪ଟି ରାସ୍ତା ପ୍ରକଳ୍ପ ରହିଛି ।

Garbage in the city: ଆବର୍ଜନା ସହରର, ଭୋଗୁଛି ଗ୍ରାମାଞ୍ଚଳ: କୁଶଭଦ୍ରାରେ ଫିଙ୍ଗୁଛନ୍ତି, ପୋଡ଼ୁଛନ୍ତି ବିଷାକ୍ତ ଆବର୍ଜନା

 ଏହି ସମୀକ୍ଷାରେ ବିଶେଷ କରି ୟୁଟିଲିଟି ସିଫ୍ଟିଂ‌, ଜଙ୍ଗଲ ଜମି ଅନୁମୋଦନ, ଜମି ଅଧିଗ୍ରହଣ ଆଦି ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ସିଂହ କହିଲେ ଯେ  ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ରାଜ୍ୟର ଭିତ୍ତିଭୂମି ଓ ଜନହିତକାରୀ ପ୍ରକଳ୍ପଗୁଡ଼ିକର ଶୀଘ୍ର ପରିସମାପ୍ତି ଉପରେ ଗୁରୁତ୍ବ ଦିଆଯାଉଛି। ଏହି ଦୃଷ୍ଟିରୁ ବାକିଥିବା ୬୮ଟି ଆର୍‌ଆଇଡିଏଫ୍‌ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପଦକ୍ଷେପ ନେବାକୁ ସେ କହିଥିଲେ। 

First RIDF Meeting ଆର୍‌ଆଇଡିଏଫ୍‌ ପ୍ରଥମ ବୈଠକ, ଅଧିକ ପ୍ରକଳ୍ପ ମଞ୍ଜୁରପାଇଁ  ନାବାର୍ଡକୁ ପରାମର୍ଶ
ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ସମୀର ହୋତା, ଅର୍ଥ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ସାହୁ, ଉପଶାସନ ସଚିବ ଇଂ. ସୁନ୍ଦର ମାଧବ ପାଢ଼ୀ, ମୁଖ୍ୟଯନ୍ତ୍ରୀ (ସେତୁ-୧) ଇଂ ପ୍ରଭାସ କୁମାର ମାଝୀ ଏବଂ ମୁଖ୍ୟଯନ୍ତ୍ରୀ (ସେତୁ-୨) ଇଂ ତପନ କୁମାର ବେହେରାଙ୍କ ସମେତ ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.