Road Accident ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ୨ ଗୋରୁ ମୃତ

1 day ago 3
ARTICLE AD BOX

ଫୁଲବାଣୀ:  କନ୍ଧମାଳଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରେଜୁ ନିକଟସ୍ଥ କ୍ରାଣ୍ଡିମାସ୍କାଠାରେ ଏକ ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ସମେତ ୨ ଗୋରୁଙ୍କର ମୃତ୍ୟୁ ଘଟିଛି। ଧକ୍କା କରିଥିବା ଗାଡ଼ିର ପତ୍ତା ଏଯାଏଁ ମିଳିପାରିନାହିଁ। 

Road Accident: ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍: ୬ ମୃତ, ୩୦ରୁ ଅଧିକ ଗୁରୁତର

ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ୧୨ଟା ସମୟରେ ଏକ ଗାଡ଼ି ଫୁଲବାଣୀରୁ ବୌଦ୍ଧ ରାସ୍ତାର ସୁଡ୍ରେଜୁ ପଞ୍ଚାୟତ କାର୍ଯ୍ୟାଳୟଠାରୁ କିଛି ଦୂର କ୍ରାଣ୍ଡିମାସ୍କା ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା।

accident death kandhamalଦୁର୍ଘଟଣାରେ ମୃତ ଦୁଇ ଯୁବକ: ଫାଇଲ୍‌ ଫଟୋ

ଗାଡ଼ିଟି ଏତେ ଦ୍ରୁତ ଗତିରେ ଥିଲାଯେ, ବାଇକ୍‌କୁ ଧକ୍କା ଦେବା ପରେ ସାମାନ୍ୟ ଆଗକୁ ରାସ୍ତା ଉପରେ ଶୋଇଥିବା ୨ଟି ଗୋରୁ ଉପରେ ମଧ୍ୟ ଚଢ଼ିଯାଇଥିଲା।

Road Accident: ଗୋରୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଦୁଇ ଗାଡ଼ି ଧକ୍କା: ୮ ଶ୍ରମିକ ମୃତ, ୩୨ ଆହତ

ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଘଟଣା ସ୍ଥଳରେ ୨ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଯାଇଥିଲା। ୨ଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ମୃତକ ୨ ଜଣ ହେଉଛନ୍ତି ସୁଡ୍ରେଜୁ ଗ୍ରାମର ଦିଗାମ୍ବର ମଲିକ (୩୦) ଏବଂ ସଞ୍ଚିତ ମଲିକ (୧୯) ବୋଲି ଜଣାପଡ଼ିଛି। ଉଭୟ ବିଳମ୍ବିତ ରାତିରେ ନିଜ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

Road Accident: ଗ୍ୱାଲିଅରରେ ଭୟଙ୍କର ସଡ଼କ ଦୁର୍ଘଟଣା: ପିକ୍‌ଅପ୍‌କୁ ଟ୍ରକ୍‌ର ଧକ୍କା, ୮ ମୃତ

ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସଦର ଥାନାଧିକାରୀ ପ୍ରଦୀପ କୁମାର ଜେନା, ଏସ୍‌ଆଇ ସମ୍ବିତ ବେହେରାଙ୍କ ସମେତ ପୁଲିସ ଟିମ୍‌ ତଦନ୍ତ ଜାରି ରଖିଛନ୍ତି। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ି ସହିତ ଚାଳକକୁ ଧରିବା ପାଇଁ ଯୋଜନା କରାଯାଉଛି ବୋଲି ଥାନାଧିକାରୀ ପ୍ରଦୀପ କୁମାର ଜେନା କହିଛନ୍ତି। ଅନ୍ୟପଟେ ମୃତ ଦୁଇ ବ୍ୟକ୍ତିଙ୍କର ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.