Robbery Attempt at Kirei Grameen Bank କିରେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ପୁଣି ପଶିଲେ ଡକାୟତ, ପୂର୍ବରୁ ୨ଥର ପଶିଥିଲେ

1 hour ago 1
ARTICLE AD BOX

ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ସହର ନିକଟ ବ୍ୟସ୍ତବହୁଳ ବିଜୁ ଏକ୍ସପ୍ରେସ୍‌ ରାସ୍ତା କଡ଼ରେ ଥିବା କିରେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କନ୍ଦାବାହାଲ ଶାଖା‌ରେ ପୁଣି ଡକାୟତି ଉଦ୍ୟମ ହୋଇଛି। ତେବେ କର୍ମଚାରୀଙ୍କ ପ୍ରତ୍ୟୁପ୍ତନ୍ନମତିତା ଯୋଗୁଁ ଏଥିରେ ସଫଳ ହୋଇପାରିନଥି‌ବା ବେଳେ ପୁଲିସ ମଧ୍ୟ ତ୍ବରିତ ପଦକ୍ଷେପ ନେଇ ଦୁର୍ବୃତ୍ତକୁ ଧରିବାରେ ସକ୍ଷମ ହୋଇଛି।  

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ-ଉତ୍କଳ ଗ୍ରାମୀଣ ବ୍ୟାଙ୍କର ମିଶ୍ରଣ: ମେ’ ପହିଲାରୁ ଲାଗୁ ହେବ
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅପରାହ୍ନରେ ମଧ୍ୟାହ୍ନ ଭୋଜନ ପାଇଁ ଅଧିକାଂଶ ବ୍ୟାଙ୍କ କର୍ମଚାରୀ ଚାଲି ଯାଇଥିଲେ। ବ୍ୟାଙ୍କରେ କେବଳ ଶାଖା ପରିଚାଳକ ଓ ଅନ୍ୟ ଜଣେ କର୍ମଚାରୀ ଭିତର ପଟୁ ବନ୍ଦ କରି ରହିଥିଲେ। ଏହି ସମୟରେ ଜଣେ ଯୁବକ ଆସି କବାଟ ଖୋଲିବାକୁ କହିଥିଲେ। କିନ୍ତୁ କେହି ନଶୁଣିବାରୁ କବାଟର କାଚ ଭାଙ୍ଗି ବନ୍ଧୁକ ଦେଖାଇ ଟଙ୍କା ଦେବାକୁ ଧମକ ଦେଇଥିଲେ। ଶାଖା ପରିଚାଳକ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ସଦର ଓ ଟାଉନଥାନା ପୁଲିସ ସହ ଉପଖଣ୍ଡ ପୁଲିସ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ। 

Bank Robbery: କିରେଇ ବ୍ୟାଙ୍କ ଡକାୟତି ମାମଲାର ରୋଚକ ଚିତ୍ର
ତେବେ ବ୍ୟାଙ୍କ ମ୍ୟାନେଜର ଦୁର୍ବୃତ୍ତକୁ ଚିହ୍ନଥିବା ଓ ସେ ଲେଫ୍ରିପଡ଼ା ଅଞ୍ଚଳ ବୋଲି କହିଥିଲେ। ସୂଚନା ଆଧାରରେ ପୁଲିସ ଦଳ ତାକୁ ଧରିବାକୁ ତନାଘନା ଚଲାଇଥିଲେ।  ମାହେଶ୍ବରୀ କଲେଜ ନିକଟ ପଡ଼ାର ଏକ ଘରୁ କାବୁ କରିଥିବା ସୂଚନା ମିଳିଛି। ଉଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର କହିଛନ୍ତି, ପୂର୍ବରୁ ଏହି ବ୍ୟାଙ୍କରେ ଦୁଇଥର ସଶସ୍ତ୍ର ଡକାୟତି ହୋଇଥିଲା। ଏହି ସମସ୍ତ ମାମଲାରେ ଧରାପଡ଼ିଥିବା ଦୁର୍ବୃତ୍ତ ସମ୍ପୃକ୍ତ ଅଛି କି ନାହିଁ ଅନୁସନ୍ଧାନ କରାଯାଉଛି। 

Bank Robbery: କୋଡିଙ୍ଗା ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ: ସାଇରନ ବାଜିବାରୁ ଛତ୍ରଭଙ୍ଗ ଦେଲେ ଦୁର୍ବୃତ୍ତ
ସୂଚନାଯୋଗ୍ୟ, ଏହି ବ୍ୟାଙ୍କରେ ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖ ସେହି ସମାନ ସମୟରେ ଜଣେ ବନ୍ଧୁକଧାରୀ ଯୁବକ ପଶି ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ୨.୩୭ ଲକ୍ଷ ଟଙ୍କା ଲୁଟି ଫେରାର ହୋଇ ଯାଇଥିଲେ। ସେହିପରି ୨୦୨୧ରେ ମଧ୍ୟ ବ୍ୟାଙ୍କ‌ରେ ସଶସ୍ତ୍ର ଡକାୟତି ହୋଇଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.