Room Fresheners: ରୁମ୍ ଫ୍ରେସନର କେତେ ସୁରକ୍ଷିତ, ସ୍ୱାସ୍ଥ୍ୟ ସହ ଖେଳାଉନାହାନ୍ତି ତ ଆପଣ? କ୍ଷତି ଓ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କ’ଣ ଜାଣିବା

6 days ago 3
ARTICLE AD BOX

ଘରକୁ ସୁବାସିତ କରିବା ପାଇଁ ସ୍ପ୍ରେ, ପ୍ଲଗ୍-ଇନ୍, ଅଟୋମେଟିକ୍ ସ୍ପ୍ରେ, ରିଡ୍ ଡିଫ୍ୟୁଜର, ଜେଲ୍ ଏବଂ ଫ୍ରାଗ୍ରାନ୍ସ ବିଡ୍ସ ଭଳି ରୁମ୍ ଫ୍ରେସନର ବ୍ୟବହାର କରାଯାଏ। ତେବେ ଏଗୁଡ଼ିକୁ କ୍ରମାଗତ ବ୍ୟବହାର କରିବା କେତେ ସୁରକ୍ଷିତ? ଏହାର ଉତ୍ତର ରୁମ୍ ଫ୍ରେସନରର ପ୍ରକାର, ସେଥିରେ ଥିବା କେମିକାଲ୍ ଏବଂ ବ୍ୟବହାର କରିବାର ଶୈଳୀ ଉପରେ ନିର୍ଭର କରେ।

ଆହୁରି ପଢ଼ନ୍ତୁ: ‘ସଂରକ୍ଷଣ ହଟାଓ ଆନ୍ଦୋଳନ’କୁ ଦିଲ୍ଲୀ ପୁଲିସଙ୍କ ଅନୁମତି ମିଳିଲା

ପଏଜନ୍ କଣ୍ଟ୍ରୋଲ୍ ସଂସ୍ଥା ଅନୁସାରେ, କମ୍ ପରିମାଣର ଫ୍ରେସନର ନିଶ୍ୱାସରେ ଗଲେ ଗମ୍ଭୀର କ୍ଷତି ହୋଇନଥାଏ। ମାତ୍ର ଅତ୍ୟଧିକ ଓ ନିୟମିତ ବ୍ୟବହାର ଦ୍ୱାରା ଶ୍ୱାସକ୍ରିୟା, ତ୍ୱଚା ଓ ଆଲର୍ଜି ଜନିତ ସମସ୍ୟା ଦେଖାଦେଇପାରେ।

ରୁମ୍ ଫ୍ରେସନରରେ କ’ଣ ଥାଏ?

ଏଥିରେ ସୁଗନ୍ଧିତ କେମିକାଲ୍, ଏସେନ୍ସିଆଲ୍ ଅଏଲ୍ ଏବଂ ଆଇସୋପ୍ରୋପାଇଲ୍ ଆଲକୋହଲ୍ ଭଳି ସଲଭେଣ୍ଟ ଥାଏ। ଏୟାରୋସୋଲ୍ ସ୍ପ୍ରେରେ ପ୍ରୋପେଲାଣ୍ଟ ଗ୍ୟାସ୍ ଏବଂ କେତେକ ପ୍ରୋଡକ୍ଟରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ଜୀବାଣୁ ନଷ୍ଟ କରିବା ପାଇଁ ଅନ୍ୟ କେମିକାଲ୍ ମଧ୍ୟ ବ୍ୟବହାର କରାଯାଏ।

ଏହା ଶ୍ୱାସକ୍ରିୟା ପାଇଁ କ୍ଷତିକାରକ କି?

ରୁମ୍ ଫ୍ରେସନରରୁ ଭୋଲାଟାଇଲ୍ ଅର୍ଗାନିକ୍ କମ୍ପାଉଣ୍ଡସ  ନିର୍ଗତ ହୋଇଥାଏ, ଯାହା ଘର ଭିତରର ବାୟୁକୁ ପ୍ରଦୂଷିତ କରେ। ବନ୍ଦ କୋଠରୀରେ ଅଧିକ ସ୍ପ୍ରେ କରିବା ଦ୍ୱାରା କାଶ, ଗଳାରେ ଜଳାପୋଡ଼ା କିମ୍ବା ନିଶ୍ୱାସ ନେବାରେ କଷ୍ଟ ହୋଇପାରେ। ଏପରି ହେଲେ ତୁରନ୍ତ ଖୋଲା ପବନକୁ ଯିବା ଉଚିତ୍।

ଶିଶୁଙ୍କ ପାଇଁ ଅଧିକ ସାବଧାନତା ଜରୁରୀ

  • ପିଇବା କିମ୍ବା ଗିଳିବାର ବିପଦ: ଲିକ୍ୱିଡ୍, ଜେଲ୍ କିମ୍ବା ରଙ୍ଗବେରଙ୍ଗର ବିଡ୍ସକୁ ପିଲାମାନେ ଖାଦ୍ୟ ଭାବି ଗିଳିଦେବାର ଆଶଙ୍କା ଥାଏ।

  • ଲକ୍ଷଣ: ଏହା ଗିଳିଦେଲେ ପାଟି ଓ ପେଟରେ ଜଳାପୋଡ଼ା, ବାନ୍ତି କିମ୍ବା ଗମ୍ଭୀର ବିଷକ୍ରିୟା ହୋଇପାରେ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ପ୍ଲଗ୍-ଇନ୍ ଏବଂ ଅଟୋମେଟିକ୍ ସ୍ପ୍ରେ ବ୍ୟବହାର ସମୟରେ ଧ୍ୟାନ ଦିଅନ୍ତୁ ଏଗୁଡ଼ିକୁ ପିଲା ଓ ଗୃହପାଳିତ ପଶୁଙ୍କଠାରୁ ଦୂରରେ ରଖନ୍ତୁ। ଏୟାରୋସୋଲ୍ ସ୍ପ୍ରେରେ ଜ୍ୱଳନଶୀଳ ପଦାର୍ଥ ଥିବାରୁ ଏହାକୁ ନିଆଁ, ମୋମବତି କିମ୍ବା ସିଗାରେଟ୍ ପାଖରୁ ଦୂରରେ ରଖିବା ଉଚିତ୍।

ତ୍ୱଚା କିମ୍ବା ଆଖିରେ ପଡ଼ିଲେ କ’ଣ କରିବେ?

  • ତ୍ୱଚା: ଦେହରେ ପଡ଼ିଲେ ସାବୁନ୍ ଓ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ।

  • ଆଖି: ଆଖିରେ ପଡ଼ିଲେ ପରିଷ୍କାର ପାଣିରେ ଧୁଅନ୍ତୁ। ଜଳାପୋଡ଼ା କିମ୍ବା ଦୃଷ୍ଟିଶକ୍ତିରେ ଅସୁବିଧା ହେଲେ ଡାକ୍ତରଙ୍କୁ ଦେଖାନ୍ତୁ।

ସଠିକ୍ ବ୍ୟବହାରର ନିୟମ

  • କମ୍ ପରିମାଣରେ ଏବଂ ପବନ ଚଳାଚଳ ହେଉଥିବା ଘରେ ବ୍ୟବହାର କରନ୍ତୁ।

  • କେବଳ ଫ୍ରେସନର ଉପରେ ନିର୍ଭର ନକରି ଝରକା ଖୋଲି ଘରକୁ ସଫା ରଖନ୍ତୁ।

  • ମୁଣ୍ଡବିନ୍ଧା, କାଶ କିମ୍ବା ଆଲର୍ଜି ହେଉଥିଲେ ଏହାର ବ୍ୟବହାର ବନ୍ଦ କରନ୍ତୁ।

ଆହୁରି ପଢ଼ନ୍ତୁ: ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ଅତୁଳନୀୟ ତ୍ୟାଗ ସମାଜ ପାଇଁ ପ୍ରେରଣାଦାୟୀ’

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.