ARTICLE AD BOX
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ସ୍ଥିତି ଓ ନଦୀ ଜଳସ୍ତର ଅନୁଧ୍ୟାନ କରିଛନ୍ତି ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା। ଶନିବାର ସେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତଙ୍କ ସହ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରସ୍ଥିତ ଋଷିକୁଲ୍ୟା ନଦୀର ଗେଜ୍ କେନ୍ଦ୍ର ପରିଦର୍ଶନ କରିଥିଲେ।
ସମୀକ୍ଷା ସମୟରେ ନଦୀର ଜଳସ୍ତର ୧୫.୮୩୫ ମିଟର ଆର୍.ଏଲ୍. ରେକର୍ଡ କରାଯାଇଥିଲା। ଏହା ନିର୍ଦ୍ଧାରିତ ଚେତାବନୀ ସ୍ତରଠାରୁ ସାମାନ୍ୟ ତଳେ ରହିଥିବା ଜଣାପଡ଼ିଛି। ପରେ ଅଧିକାରୀମାନେ ହନୁମାନପାଲି ନିକଟସ୍ଥ ହିରାଧରାବତୀ ଆନିକଟ୍ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ବନ୍ୟାରେ ଧୋଇଯାଇଥିବା ଋଷିକୁଲ୍ୟା ବନ୍ୟା ସୁରକ୍ଷା ବନ୍ଧର ଅଂଶ ଓ ମୁଖ୍ୟ କେନାଲର ଆଦ୍ୟଭାଗର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଏଥିସହ ହିରାଧରାଭାଟି ଓ ଜାନହିବିଲି ଆନିକଟ୍ ସମେତ ପାନୀୟ ଜଳ ଉତ୍ତୋଳନ କେନ୍ଦ୍ରର ସ୍ଥିତି ଯାଞ୍ଚ କରାଯାଇଥିଲା।
Road Construction: ମାଟିଆପଡ଼ା ଆର୍ଓବିର ସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
କ୍ଷେତ୍ର ପରିଦର୍ଶନ ସମୟରେ ଶୁଭା ଶର୍ମା ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ମତାମତ ଶୁଣିଥିଲେ। କ୍ଷତିଗ୍ରସ୍ତ ବନ୍ଧର ସଠିକ୍ ଆକଳନ ସହ ଜିଓ-ଟ୍ୟାଗ୍ ଫଟୋ ଆଧାରରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଅଧିକାରୀଙ୍କୁ କହିଥିଲେ। ଏଥିସହ ପୁନରୁଦ୍ଧାର ପାଇଁ ଡିପିଆର୍ ପ୍ରସ୍ତୁତି ଓ ଟେଣ୍ଡର ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

54 minutes ago
2


