Sachidananda Rautraya: ତିରୋଧାନ ତାରିଖ: ସଚ୍ଚିଦାନନ୍ଦ ରାଉତରାୟ

6 days ago 5
ARTICLE AD BOX

ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ଭାବେ ଜଣାଶୁଣା ପ୍ରଗତିଶୀଳ କବି ସଚ୍ଚିଦାନନ୍ଦ ରାଉତରାୟ ୧୯୧୬ ମସିହା ମେ ୧୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ ଜନ୍ମଗ୍ରହଣ କରିଥିଲେ। ପନ୍ଦର ବର୍ଷ ବୟସରୁ ତାଙ୍କର କବି ଜୀବନ ଆରମ୍ଭ ହୋଇଥିଲା। ଏହା ପରେ ଦୀର୍ଘ ସାତ ଦଶନ୍ଧି ଧରି ତାଙ୍କ କଲମ ନିରବଚ୍ଛିନ୍ନ ଭାବେ ସକ୍ରିୟ ରହିଥିଲା। ଓଡ଼ିଆ ଓ ଇ˚ରେଜୀ ଭାଷାରେ ସେ ଶତାଧିକ କବିତା, କ୍ଷୁଦ୍ର ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଆଦି ଲେଖିଯାଇଛନ୍ତି। ‘ପଲ୍ଲିଶ୍ରୀ’ ଓ ‘ବାଜି ରାଉତ’ କବିଙ୍କର ଦୁଇଟି ସ୍ମରଣୀୟ କୃତି। ‘ମଶାଣିର ଫୁଲ’, ‘ମାଟିର ତାଜ’, ‘ଛାଇ’ ଆଦି ତାଙ୍କର କେତେକ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ ସଂକଳନ। ଦେଶବିଦେଶରେ ଓଡ଼ିଶାର ମହାନ ଐତିହ୍ୟ ଓ କଳାର ପ୍ରଚାରପ୍ରସାର ପାଇଁ ସେ ବିଶେଷ ଉଦ୍ୟମ କରିଥିଲେ। ‘କବିତା-୧୯୬୨’ ଶୀର୍ଷକ କବିତା ସ˚କଳନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୧୯୬୨ରେ ତାଙ୍କୁ ‘ପଦ୍ମଶ୍ରୀ’ ଉପାଧିରେ ସମ୍ମାନିତ କରାଯାଇଥିଲା।

୧୯୮୬ରେ ତାଙ୍କୁ ଜ୍ଞାନପୀଠ ପୁରସ୍କାର ମିଳିଥିଲା। ତାଙ୍କ ରଚନା ମାଧୢମରେ ସେ ପରମ୍ପରା ସହିତ ଆଧୁନିକତାର ଏବ˚ ଆଧୁନିକତା ସହିତ ଆଧୁନିକତାବାଦର ସମନ୍ବୟ ଆଣିଥିଲେ। କବିତାରେ ମାନବିକତାବୋଧକୁ ସେ ଗୁରୁତ୍ବ ଦେଉଥିଲେ। ତାଙ୍କର ଅନେକ କବିତାରୁ ସାମ୍ୟବାଦର ଝଲକ ମିଳେ। ସେ ବ୍ରିଟିସ୍‌ ସରକାର ବିରୋଧରେ ଲଢ଼ି ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟରୁ ବହିଷ୍କୃତ ହୋଇଥିଲେ। ରେଭେନ୍‌ସାରେ ପଢୁଥିବା ବେଳେ ସେ କଟକ ମେଡିକାଲ୍‌ ଛାତ୍ରମାନଙ୍କୁ ମତାଇ ବ୍ରିଟିସ୍‌ ସରକାର ବିରୋଧରେ ଧର୍ମଘଟ କରିଥିଲେ। ସ୍ବାଧୀନତା ଆନ୍ଦୋଳନ ସମେତ ଗଡ଼ଜାତ ଆନ୍ଦୋଳନ, ଛାତ୍ର ଓ କୃଷକ ଆନ୍ଦୋଳନରେ ଭାଗ ନେଇ ସେ ଜେଲ୍‌ ଯାଇଥିଲେ। ବ୍ରିଟିସ୍‌ ଶାସନ କାଳରେ ତାଙ୍କର କିଛି କବିତାକୁ ନିଷେଧ କରାଯାଇଥିଲା। ୧୯୮୮ରେ ତାଙ୍କୁ  ‘ମହାକବି’ ଉପାଧି ପ୍ରଦାନ କରାଯାଇଥିଲା। ୨୦୦୪ ମସିହା ଅଗଷ୍ଟ ଆଜି ତାରିଖରେ ସଚ୍ଚିଦାନନ୍ଦ ରାଉତରାୟଙ୍କ ତିରୋଧାନ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.