ARTICLE AD BOX
ଭୁବନେଶ୍ବର: ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନିଜର ଅସାଧାରଣ ରାଜନୈତିକ ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଓ ବାସ୍ତବବାଦୀ ନେତୃତ୍ୱ ବଳରେ ୫୬୦ରୁ ଅଧିକ କ୍ଷୁଦ୍ର ଓ ବୃହତ୍ ରାଜ୍ୟକୁ ଏକତ୍ରିତ କରି ଏକ ବିଶାଳ ଭାରତର ମୂଳଦୁଆ ପକାଇଥିଲେ। ତାଙ୍କ ଜନ୍ମ ଦିବସ କେବଳ ଜୟନ୍ତୀ ପାଳନର ଦିନ ନୁହେଁ ବରଂ ଏହା ସାମୂହିକ ସଂକଳ୍ପ, ଦେଶପ୍ରେମ ଓ ଜାତୀୟ ଅଖଣ୍ଡତା ପ୍ରତି ଆମର ଅଙ୍ଗୀକାରବଦ୍ଧତାର ପ୍ରତୀକ। ଆଜି ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜୟନ୍ତୀ ଅବସରରେ ଓଏସ୍ଏପି ୭ମ ବାଟାଲିୟନ ପରେଡ ପଡ଼ିଆରେ ଆୟୋଜିତ ‘ରାଷ୍ଟ୍ରୀୟ ଏକତା ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
BOB: ବ୍ୟାଙ୍କ ଅଫ୍ ବରୋଦାର ୬୫୩୨ କୋଟି ରେକର୍ଡ ଲାଭ
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଦୃଢ଼ ପଦକ୍ଷେପ ଓ ପୁଲିସର ନିରନ୍ତର ଅଭିଯାନ ଫଳରେ ଓଡ଼ିଶା ମାଓବାଦୀ ହିଂସା କବଳରୁ ମୁକ୍ତ ହୋଇପାରିଛି। ଦିନେ ଯେଉଁ ଜିଲ୍ଲାଗୁଡ଼ିକରେ ଲୋକେ ଦିନବେଳେ ମଧ୍ୟ ଯାତାୟାତ କରିବାକୁ ଭୟ କରୁଥିଲେ, ଆଜି ସେଠାରେ ଭୟ ଓ ଆତଙ୍କର ପରିବେଶ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଆଜି ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇପାରିଛି। ଦୁଇ ବର୍ଷ ଧରି ରାଜ୍ୟରେ ଶିଳ୍ପାୟନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଦେଶ-ବିଦେଶର ଶିଳ୍ପପତି ଓଡ଼ିଶାରେ ପୁଞ୍ଜିନିବେଶ କରୁଛନ୍ତି।
ଶାନ୍ତି ଓ ସୁରକ୍ଷା ବଳରେ ରାଜ୍ୟରେ ଆରମ୍ଭ ହୋଇଛି ଶିଳ୍ପାୟନର ନୂତନ ଅଧ୍ୟାୟ
ଶିଳ୍ପ ଓ ବ୍ୟବସାୟର ବିକାଶ ପାଇଁ ଶାନ୍ତି, ସୁରକ୍ଷା ଓ ସୁଦୃଢ଼ ଆଇନଶୃଙ୍ଖଳା ନିତ୍ୟାନ୍ତ ଆବଶ୍ୟକ। ଓଡ଼ିଶା ପୁଲିସର ନିଷ୍ଠାପର ଉଦ୍ୟମ ଯୋଗୁଁ ରାଜ୍ୟରେ ଏକ ଶାନ୍ତିପୂର୍ଣ୍ଣ ଓ ଅନୁକୂଳ ପରିବେଶ ବଜାୟ ରହିଛି। ସେହିପରି ସ୍ୱାଧୀନତା ସଂଗ୍ରାମ ତଥା ଗଡ଼ଜାତ ମିଶ୍ରଣରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସମେତ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନକୁ ସ୍ମରଣ କରି ଜାତି, ଧର୍ମ, ବର୍ଣ୍ଣ କିମ୍ବା ଭାଷାର ସୀମା ବାହାରେ ସମସ୍ତେ ପ୍ରଥମେ ଭାରତୀୟ ଓ ଓଡ଼ିଆ ହୋଇ ଏକ ‘ସମୃଦ୍ଧ ଓ ବିକଶିତ ଓଡ଼ିଶା’ ଗଠନ ପାଇଁ ସଂକଳ୍ପ ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
Odisha Flood: ତିନି ଦିନ ଜଳବନ୍ଦୀ ଗ୍ରାମବାସୀଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଚର୍ଚ୍ଚାରେ ଯୁବକ ସଂଘ
ଏହି ଅବସରରେ ଗୁଜରାଟର ଏକତାନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆୟୋଜିତ ଜାତୀୟ ରାଷ୍ଟ୍ରୀୟ ଏକତା ଦିବସ ପରେଡ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ। ଏହି ସମାରୋହରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ଆର୍.ପି କୋଚେଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, କର୍ମଚାରୀ ଓ ଅନ୍ୟ ଅତିଥି ଅଂଶଗ୍ରହଣ କରିଥିଲେ।

1 hour ago
2


