ARTICLE AD BOX
ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସ୍ପେସିଆଲିଷ୍ଟ କ୍ୟାଡର ଅଫିସରଙ୍କ ୨୦୭ଟି ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୪, ୨୦୨୬ରୁ ଆରମ୍ଭ ହୋଇଛି। ଆଶାୟୀମାନେ ୨୦୨୬ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ବୟସ ସୀମା
ପଦ ଅନୁଯାୟୀ ସର୍ବନିମ୍ନ ବୟସ ୨୩, ୨୬, ୨୮ ଓ ୩୫ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୩୫, ୪୦, ୪୨ ଓ ୫୦ ବର୍ଷ ରହିଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସ ଛାଡ଼ର ସୁବିଧା ମିଳିବ। ପ୍ରାର୍ଥୀମାନେ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ସ୍ନାତକ ଡିଗ୍ରି ହାସଲ କରିଥିବା ଆବଶ୍ୟକ। ଏଥିସହ ପଦ ସମ୍ପର୍କିତ କ୍ଷେତ୍ରରେ କାର୍ଯ୍ୟ ଅଭିଜ୍ଞତା ମଧ୍ୟ ରହିବା ଦରକାର।
ଚୟନ ପ୍ରକ୍ରିୟା
ପ୍ରାର୍ଥୀଙ୍କ ଚୟନ ବ୍ୟକ୍ତିଗତ, ଟେଲିଫୋନିକ୍ ଏବଂ ଭିଡିଓ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ। ଇଣ୍ଟରଭ୍ୟୁ ୧୦୦ ମାର୍କର ହେବ। ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଅନଲାଇନରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି।
ଆବେଦନ ଶୁଳ୍କ
• ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍: ୭୫୦ ଟଙ୍କା
• ଏସ୍ସି, ଏସ୍ଟି ଓ ଦିବ୍ୟାଙ୍ଗ: ଶୁଳ୍କ ଛାଡ଼
ଗୁରୁଦିବସରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

54 minutes ago
1


