School Violence: ବିଦ୍ୟାଳୟରେ ଯୁବକଙ୍କ ହଙ୍ଗାମା: ନଷ୍ଟ କଲେ ମଧ୍ୟାହ୍ନ ଭୋଜନ

1 week ago 8
ARTICLE AD BOX

ଭଣ୍ଡାରିପୋଖରୀ:ଭଣ୍ଡାରିପୋଖରୀ ବ୍ଲକ ନାଆଁମୀ ପଞ୍ଚାୟତ ନାଆଁମୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜଣେ ଯୁବକ ଭାଗ୍ୟପ୍ରକାଶ ମହାପାତ୍ର ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରିବା ସହିତ ସ୍ୱାଧୀନତା ଦିବସ ପାଇଁ ଅନୁଷ୍ଠିତ ସଭାକୁ ଭଙ୍ଗ କରିଥିଲା।

କୌଣସି କଥା ଶୁଣିନଥିଲେ 

ପରେ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ପାଇଁ ଥାଳି ଧରି ବସିଥିବା, ବେଳେ ଭାତ ଏବଂ ତରକାରୀ ବଢ଼ା ସରିଥିଲା। ଯୁବକ ଜଣକ ସେଠାକୁ ଯାଇ ବଢ଼ା ହୋଇଥିବା ଖାଦ୍ୟକୁ ଫୋପାଡିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଧମକାଇଥିଲେ। ଡରରେ ପିଲାମାନେ ଘରକୁ ଯାଇ ଅଭିଭାବକ ମାନଙ୍କୁ ଖବର ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଓ କମିଟି ସଦସ୍ୟମାନେ ଯେତେ ବୁଝାସୁଝା କରିଥିଲେ ମଧ୍ୟ ସେ କୌଣସି କଥା ଶୁଣିନଥିଲେ। ଶେଷରେ ଗ୍ରାମବାସୀ ମାନେ ବିଦ୍ୟାଳୟର ଏକ ପ୍ରକୋଷ୍ଠରେ ବନ୍ଦ କରି ପୁଲିସକୁ ଖବର ଦେଇଥିଲେ। ସ୍ଥାନୀୟ ପୁଲିସ ପହଞ୍ଚି ଯୁବକଙ୍କୁ ଫାଣ୍ଡିକୁ ନେଇଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଏନେଇ ଏକ ଅଭିଯୋଗ ମଧ୍ୟ କରାଯାଇଛି।

Death: ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ତଳେ ପଡ଼ିଗଲେ ବୃଦ୍ଧ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.