Sensex: ଦଲାଲ ଷ୍ଟ୍ରିଟ୍‌ରେ ଉତ୍ସାହ: ୪ ଦିନରେ ସେନସେକ୍ସ ବଢ଼ିଲା ୩୬୭୨ ପଏଣ୍ଟ

1 hour ago 2
ARTICLE AD BOX

ମୁମ୍ବାଇ: ଦୀପାବଳି ପୂର୍ବରୁ ଦଲାଲ ଷ୍ଟ୍ରିଟ୍‌ର ନିବେଶକମାନଙ୍କ ଉତ୍ସାହ ବଢ଼ିଯାଇଛି। ଏଥିଯୋଗୁ ଗତ ୪ ଦିନ ମଧ୍ୟରେ ସେନସେକ୍ସ ପ୍ରାୟ ୩୬୭୨ ପଏଣ୍ଟ ଉପରକୁ ଉଠିଛି। ଫଳରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାରପୁଞ୍ଜି ମଙ୍ଗଳବାର କାରବାର ଶେଷ ବେଳକୁ ପ୍ରାୟ ୪୮୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତ ଅକ୍ଟୋବର ୨୮ ତାରିଖରେ ଏହା ପ୍ରାୟ ୪୭୪ ଲକ୍ଷ କୋଟି ଟଙ୍କାରେ ରହିଥିଲା। ତେଣୁ ଏହି ସମୟ ମଧ୍ୟରେ ନିବେଶକମାନଙ୍କ ସମ୍ପତ୍ତି ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ବଢ଼ିଛି। ମଙ୍ଗଳବାର ସେନସେକ୍ସ ୧୨୨୫ ପଏଣ୍ଟ ବୃଦ୍ଧି ଘଟିଛି। ଏଥିଯୋଗୁ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାରପୁଞ୍ଜି ଆଜି ପ୍ରାୟ ୪ ଲକ୍ଷ କୋଟି ବଢ଼ିଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ମଙ୍ଗଳବାର ୩୫୦ ପଏଣ୍ଟରୁ ଅଧିକ ବଢ଼ି ୨୩୮୦୦ ପଏଣ୍ଟ ଅତିକ୍ରମ କରିଛି।

ନିବେଶକଙ୍କ ମନୋବଳ ବଢ଼ିଛି

ଭାରତୀୟ ଷ୍ଟକ ଏକ୍ସଚେଞ୍ଜରେ ସେନସେକ୍ସ ଓ ନିଫ୍ଟି ଉପରକୁ ଉଠିବା ପଛରେ ଏକାଧିକ କାରଣ ରହିଛି। ପ୍ରଥମତଃ ଏଲ୍‌ଟିସିଜି ବା ଦୀର୍ଘମିଆଦୀ ପୁଞ୍ଜିଲାଭ ଟିକସ ହ୍ରାସ ଆଶା। ଦୀର୍ଘମିଆଦି ପୁଞ୍ଜି ଲାଭ ଉପରେ ଲାଗୁ ହେଉଥିବା ଟିକସ ବ୍ୟବସ୍ଥାର ପୁନର୍ବିଚାର ପାଇଁ ବିଦେଶୀ ନିବେଶକମାନେ ଦାବି କରିଛନ୍ତି। ଏହାକୁ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିବା ପରେ ନିବେଶକଙ୍କ ମନୋବଳ ବଢ଼ିଛି। ଦ୍ବିତୀୟ କାରଣ ହେଲା ଅଶୋଧିତ ତୈଳ ଦର ହ୍ରାସ। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୫ ଡଲାର ତଳକୁ ଖସିଥିବାରୁ ଭାରତୀୟ ଅର୍ଥନୀତିକୁ ଆଗାମୀ ଦିନରେ ଏହା ସହାୟକ ହେବ ବୋଲି ନିବେଶକମାନେ ଆଶା ରଖିଛନ୍ତି। ଏଥିସହିତ ବିଦେଶୀ ସଂସ୍ଥାଗତ ନିବେଶକମାନେ ଗତ କିଛି ମାସର ବିକ୍ରି ପରେ ପୁଣି କ୍ରେତା ପାଲଟିବା ବଜାରକୁ ଶକ୍ତି ଦେଇଛି। ୨୦୨୬ରେ ବଜାରରେ ହୋଇଥିବା ବଡ଼ ଧରଣର ସଂଶୋଧନ ପରେ ଅନେକ ବୃହତ୍ କମ୍ପାନିର ସେୟାର ମୂଲ୍ୟ ଆକର୍ଷଣୀୟ ହୋଇଛି। କମ୍ପାନିଗୁଡ଼ିକର ମୂଲ୍ୟାୟନ ଭଲ ଥିବାରୁ ନିବେଶକମାନେ ସେଗୁଡ଼ିକରେ ଅଧିକ ଆଗ୍ରହ ଦେଖାଉଛନ୍ତି। ବଜାର ବିଶେଷଜ୍ଞଙ୍କ ମତରେ ତୈଳ ଦର ହ୍ରାସ, ବିଦେଶୀ ନିବେଶକଙ୍କ ପୁନଃପ୍ରବେଶ ଓ କମ୍ପାନିଗୁଡ଼ିକର ଭଲ ଦ୍ୱିତୀୟ ତ୍ରୈମାସିକ ଫଳାଫଳ ବଜାରକୁ ଆଗକୁ ବଢ଼ାଇପାରେ। ତେବେ ଆମେରିକା-ଇରାନ ଉତ୍ତେଜନା ଓ ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନର ପ୍ରଭାବ ବଜାରକୁ କେଉଁ ଦିଗରେ ନେବ ତାହା ଆଗାମୀ ଦିନରେ ଜଣାପଡ଼ିବ।

ଶ୍ରୀମନ୍ଦିର ଧୁକୁଡ଼ି ଦ୍ୱାର ନିକଟରେ ଭକ୍ତଙ୍କ ବାନ୍ତି; ଦେଢ଼ ଘଣ୍ଟା ଦର୍ଶନ ବନ୍ଦ

Read Entire Article
LEFT SIDEBAR AD

Hidden in mobile, Best for skyscrapers.