ARTICLE AD BOX
ନୂଆଦିଲ୍ଲୀ: ଆଫ୍ରିକା ମହାଦେଶର ହୋର୍ଣ୍ଣ ଅଫ୍ ଆଫ୍ରିକା ଅଞ୍ଚଳରେ ପୁଣି ଥରେ ସାମୁଦ୍ରିକ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ୟେମେନ୍ ଏବଂ ସୋମାଲିଆ ଉପକୂଳରୁ ପୃଥକ୍ ପୃଥକ୍ ଘଟଣାରେ ୨ଟି ବାଣିଜ୍ୟିକ ଜାହାଜକୁ ଅପହରଣ କରାଯାଇଛି, ଯେଉଁଥିରେ ମୋଟ ୨୨ ଜଣ ଭାରତୀୟ ନାବିକ ବନ୍ଧକ ରହିଛନ୍ତି।
ଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ
ଏରିଟ୍ରିଆ ପତାକାବୋହୀ ତେଲବାହୀ ଜାହାଜ ''ଏମ୍.ଟି ଶିବୁ ୧'' କୁ ଗଲ୍ଫ ଅଫ୍ ଆଡେନ୍ (ୟେମେନ୍ ଉପକୂଳରୁ ପ୍ରାୟ ୩୦ ନୌମାଇଲ୍ ଦୂର)ରୁ ୬ ଜଣ ସଶସ୍ତ୍ର ଲୁଟେରା ଅପହରଣ କରିନେଇଛନ୍ତି। ଏହି ଜାହାଜର ମୋଟ ୨୦ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୧୬ ଜଣ ଭାରତୀୟ ନାଗରିକ ଅଟନ୍ତି। ଅନ୍ୟ କ୍ରୁ ସଦସ୍ୟଙ୍କ ମଧ୍ୟରେ ଜଣେ ସିରିଆ, ଜଣେ ସୁଦାନ ଓ ଜଣେ ଇରାକର ନାଗରିକ ଥିବା ବେଳେ ଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଭାରତୀୟ ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ ଅନୁସାରେ ସମସ୍ତ କ୍ରୁ ସୁରକ୍ଷିତ ଥିବା ଜଣାପଡ଼ିଛି। ସେହିପରି ସୋମାଲିଆର ପୁଣ୍ଟଲ୍ୟାଣ୍ଡ ଉପକୂଳ ନିକଟରୁ ''ଏମ୍.ଭି ଲୁତୁଫ୍'' ନାମକ କାମେରୁନ୍ ପତାକାବୋହୀ ଏକ ମାଲବାହୀ ଜାହାଜକୁ ୮ ଜଣ ଲୁଟେରା ଅପହରଣ କରିଛନ୍ତି। ଏହି ଜାହାଜରେ ୧୦ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ଭାରତୀୟ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜଣେ ତୁର୍କୀ, ଜଣେ ଜର୍ଜିଆ ଏବଂ ୨ ଜଣ ସର୍ବିଆର ସୁରକ୍ଷାକର୍ମୀ ରହିଛନ୍ତି। ଏହି ଜାହାଜଟି ମୋଗାଦିଶୁସ୍ଥିତ ତୁର୍କୀ ସାମରିକ ତାଲିମ କେନ୍ଦ୍ର ପାଇଁ ମାରଣାସ୍ତ୍ର ଏବଂ ସାଟେଲାଇଟ୍ ଯୋଗାଯୋଗ ସରଞ୍ଜାମ ନେଇ ଯାଉଥିଲା। ତେବେ ବର୍ତ୍ତମାନ ଭାରତୀୟ ନାବିକମାନଙ୍କର ସୁରକ୍ଷିତ ଉଦ୍ଧାର ପାଇଁ ସମ୍ପୃକ୍ତ ସଂସ୍ଥା ଏବଂ ନୌସେନା ସହ ଯୋଗାଯୋଗ କରାଯାଉଛି।
Peru Earthquake: ମାତ୍ର କିଛି ସେକେଣ୍ଡରେ ଥରିଲା ପେରୁ, ଭୂକମ୍ପରେ ଆତଙ୍କିତ ଲୋକେ

6 days ago
3


