Shivaji Maharaj: ଜେନ୍-ଜେଡ୍‌ଙ୍କୁ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ତୁଳନା କଲେ ଉଦ୍ଧବ ଠାକରେ

4 weeks ago 10
ARTICLE AD BOX

ମୁମ୍ବାଇ: ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଜେନ୍-ଜେଡ୍‌ଙ୍କୁ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ଆଜିର ପିଢ଼ିକୁ ଯେପରି କକ୍ରୋଚ୍ କୁହାଯାଉଛି, ସେହିପରି ମୋଗଲ ମଧ୍ୟ ମରାଠା ଯୋଦ୍ଧାଙ୍କୁ ଦିନେ ମୂଷା ବୋଲି କହିଥିଲେ।ଯେଉଁମାନଙ୍କୁ କକ୍ରୋଚ୍ ବୋଲି କହି ସେମାନଙ୍କୁ ଦୁର୍ବଳ ବୋଲି ଦର୍ଶାଯାଉଥିଲା ସେମାନେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଉଦ୍ଧବ ନୂଆ ପିଢ଼ିଙ୍କୁ ଛତ୍ରପତି ଶିବାଜୀ ମହାରାଜ ଏବଂ ସନ୍ଥ ଜ୍ଞାନେଶ୍ୱରଙ୍କ ସହ ତୁଳନା କରିଛନ୍ତି।

ତାମିଲନାଡ଼ୁ ସ୍କୁଲରେ ବଦଳିବ ମଧ୍ୟାହ୍ନ ଭୋଜନ ମେନୁ: ସାମିଲ ହେବ ଚିକେନ ବିରିୟାନୀ

ଯେଉଁମାନଙ୍କୁ କକ୍ରୋଚ୍ ବୋଲି କହି ଅପମାନିତ କରାଯାଉଛି ସେମାନେ ଜେନେରେସନ ଜେଡ୍‌ର ଅଂଶ, ଅର୍ଥାତ୍ ୧୩-୧୪ ରୁ ୨୭-୨୮ ବର୍ଷ ବୟସର ଯୁବବର୍ଗ। ୧୭ ବର୍ଷ ବୟସରେ ତୋର୍ନା ଦୁର୍ଗ ଜିତିବା ସମୟରେ ଛତ୍ରପତି ଶିବାଜୀ ମହାରାଜ କ’ଣ ସେହି ବୟସର ନଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି।ସେ କହିଛନ୍ତି, ଶିବାଜୀ ମହାରାଜ, ତାଙ୍କ କମ୍ ବୟସ ସତ୍ତ୍ୱେ, ମୋଗଲ ସାମ୍ରାଜ୍ୟକୁ ଚ୍ୟାଲେଞ୍ଜ୍ କରିଥିଲେ। ଆଜିର ଯୁବପିଢ଼ିଙ୍କୁ ନିଜର ଦାବି ଉପସ୍ଥାପନରେ କମ୍ ଆକଳନ କରାଯିବା ଉଚିତ୍ ନୁହେଁ। ଯୁବପିଢ଼ିଙ୍କୁ ଅଣଦେଖା କରାଯିବା ଉଚିତ୍ ନୁହେଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.