SI recruitment exam scam: ଏସ୍‌ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ: ୯ ସ୍ଥାନରେ ଇଡି ଚଢ଼ଉ, କୋଟି କୋଟି ଟଙ୍କା କାରବାରର ଖୋଳତାଡ଼

2 weeks ago 4
ARTICLE AD BOX

ଭୁବନେଶ୍ୱର: ଓଡ଼ିଶା ପୁଲିସରେ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା କେଳେଙ୍କାରୀ ମାମଲାରେ ବହୁ କୋଟିର କାରବାର ନେଇ ତଦନ୍ତକୁ ବ୍ୟାପକ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜେଲ୍‌ରେ ଥିବା ଅଭିଯୁକ୍ତ ମୁନା ମହାନ୍ତିଙ୍କ କଳାପଥରସ୍ଥିତ ଘର, ପଞ୍ଚ ସଫ୍ଟ ଟେକ୍ନୋଲୋଜିର ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍‌ର ସୁରେଶ ନାୟକଙ୍କ ବାସଭବନ ସମେତ ଶୁକ୍ରବାର ରାଜ୍ୟର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। ନିଯୁକ୍ତି ଓ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ କେଳେଙ୍କାରୀରେ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହୋଇଥିବା ବେଳେ କେଉଁ ଉତ୍ସରୁ ଟଙ୍କା ଆସିଥିଲା, କେଉଁମାନେ ଆର୍ଥିକ ଲାଭବାନ ହୋଇଥିଲେ, ଏହି ଅର୍ଥକୁ ଅଭିଯୁକ୍ତମାନେ କେଉଁ ବାବଦରେ ବିନିଯୋଗ କରିଥିଲେ, ସେସବୁର ଖୋଳତାଡ଼ ଚାଲିଛି। 

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଓଡ଼ିଶା ପୁଲିସରେ ଏସ୍‌ଆଇ ଓ ଅନ୍ୟ ସମକକ୍ଷ ପଦବିରେ ମୋଟ ୯୩୩ ପଦବିରେ ନିଯୁକ୍ତି ପାଇଁ ପରୀକ୍ଷା ଆୟୋଜନ କରାଯାଇଥିଲା। ଏଥିରେ ୬୦୯ଟି ପୁଲିସ ଏସ୍‌ଆଇ ପଦ ସମେତ ସଶସ୍ତ୍ର (ଆର୍ମଡ୍‌) ଏସ୍‌ଆଇ, ଫାୟାର ଷ୍ଟେସନ୍‌ ଅଫିସର ଓ ଆସିଷ୍ଟାଣ୍ଟ ଜେଲର୍‌ ପଦ ରହିଥିଲା। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ପକ୍ଷରୁ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଆଇଟିଆଇ ଲିମିଟେଡ୍‌କୁ ପରୀକ୍ଷା ପରିଚାଳନା ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି କାମ ସିଲିକନ୍‌ ଟେକ୍‌ ଲ୍ୟାବ୍‌ ଏବଂ ପଞ୍ଚ ସଫ୍ଟ ଟେକ୍ନୋଲୋଜି ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ପ୍ରଶ୍ନପତ୍ର ପ୍ରସ୍ତୁତି, ମୁଦ୍ରଣ ଓ ପରୀକ୍ଷା ପରିଚାଳନାରେ ସ୍ବଚ୍ଛତାକୁ ନେଇ ଏହି ସଂସ୍ଥାଗୁଡ଼ିକର ଭୂମିକା ସନ୍ଦେହ ଘେରକୁ ଆସିଥିଲା। ୨୦୨୫ ମାର୍ଚ୍ଚରେ ପରୀକ୍ଷା ଆୟୋଜନକୁ ନେଇ ବିବାଦ ପରେ ଏହା ଅକ୍ଟୋବର ୫ ଓ ୬ ତାରିଖକୁ ପୁନଃଧାର୍ଯ୍ୟ ହୋଇଥିଲା। ମାତ୍ର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଯୋଗାଇବା ନାଁରେ ପ୍ରାର୍ଥୀଙ୍କଠାରୁ ଟଙ୍କା ଆଦାୟ ଏବଂ ଅନ୍ୟାନ୍ୟ ଅନିୟମିତତା ଧରାପଡ଼ିଥିଲା। ଫଳରେ ସେପ୍ଟେମ୍ବର ୩୦ ତାରିଖରେ ନିଯୁକ୍ତି ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଥିଲେ।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ

ଏହି ମାମଲାର ପ୍ରାରମ୍ଭିକ ତଦନ୍ତ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ କରିଥିଲା। ଅଭିଯୋଗ ଓ ତଥ୍ୟ ପ୍ରମାଣ ଆଧାରରେ ୧୨୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୧୪ ଜଣ ପରୀକ୍ଷାର୍ଥୀ ଥିଲେ। ଅକ୍ଟୋବର ୨୦୨୫ରେ ରାଜ୍ୟ ସରକାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିଥିଲେ। ଡିସେମ୍ବରରେ ସିବିଆଇ ଏହି ମାମଲାରେ ପ୍ରଥମ ଗିରଫଦାରୀ କରିଥିଲା। ପରବର୍ତ୍ତୀ ସମୟରେ ମଧ୍ୟସ୍ଥି, ଅନ୍ୟ ଅଭିଯୁକ୍ତ ଏବଂ କେତେକ ପୁଲିସ ଅଧିକାରୀଙ୍କ ସମ୍ଭାବ୍ୟ ସମ୍ପୃକ୍ତି ଦିଗରେ ତଦନ୍ତ ଆଗେଇଥିଲା। ଡିସେମ୍ବର ୨୦୨୫ରେ ସିବିଆଇ ୧୬ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିବା ବେଳେ ଏଥିରେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ନାଁ ରହିଥିଲା। ୨୦୨୬ ମେ’ରେ ଆଉ ୮ ଜଣଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିବା ବେଳେ ମାମଲାରେ ମୋଟ ୧୩୩ ଜଣ ଅଭିଯୁକ୍ତ ଥିବା କୁହାଯାଇଥିଲା। ସିବିଆଇ ଚାର୍ଜସିଟ୍‌ରେ କେତେକ ଅଭିଯୁକ୍ତ ପ୍ରାର୍ଥୀଙ୍କୁ ପ୍ରଶ୍ନପତ୍ର ଯୋଗାଇଦେବା ବଦଳରେ ୨୫ ଲକ୍ଷ ଟଙ୍କା ଦାବି କରିଥିବା ଉଲ୍ଲେଖ ଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.