ARTICLE AD BOX
ଆସ୍ତାନା: ଭାରତୀୟ କୁସ୍ତିବିତ୍ କାଜଲ ଢୋଚାକ ଓ ନୀଲମ ସିରୋହି ଏଠାରେ ଚାଲିଥିବା ବିଶ୍ବ କୁସ୍ତି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ପ୍ରଥମ ଥର ଲାଗି ଗୋଟିଏ ସଂସ୍କରଣରେ ୨ ଜଣ ଭାରତୀୟ ମହିଳା ରୌପ୍ୟ ପଦକ ଜିତିବାର ଗୌରବ ପାଇଛନ୍ତି। ପୂର୍ବରୁ ଏକ ମାତ୍ର ଭାରତୀୟ ମହିଳା କୁସ୍ତିବିତ୍ ଭାବେ ଅଂଶୁ ମଲ୍ଲିକ ୨୦୨୧ ସଂସ୍କରଣରେ ଫାଇନାଲ୍ରେ ପହଞ୍ଚିଥିଲେ।
ମହିଳା ୭୬ କିଲୋଗ୍ରାମ ଫାଇନାଲ୍ରେ ବରିଷ୍ଠ ବିଶ୍ବପ୍ରତିଯୋଗିତାରେ ପଦାର୍ପଣ କରିଥିବା ୧୮ ବର୍ଷୀୟା କାଜଲ କଡ଼ା ସଂଘର୍ଷ କରି ୬-୮ରେ ତିନି ଥର ୟୁରୋପୀୟ ବିଜୟିନୀ ୟୁକ୍ରେନ୍ର ଆନାସ୍ତାସିୟା ଆଲ୍ପେୟେଭାଙ୍କଠୁ ହାରି ଯାଇଥିଲେ।
ବେୟାନୋଭାଙ୍କୁ ୭-୩ରେ ମାତ୍
ସେମିଫାଇନାଲ୍ରେ ସେ ୧-୭ରେ ପଛରେ ରହିବାର ପରେ ପ୍ରତ୍ୟାବର୍ତ୍ତନ କରି ୧୦-୭ରେ କିର୍ଗିଜସ୍ତାନର ଅଇପେରି ମେଦେତ କିଜିଙ୍କୁ ହରାଇଥିଲେ। ସେହିଭଳି ୫୦ କିଲୋଗ୍ରାମ୍ରେ ୨୬ ବର୍ଷୀୟା ନୀଲମ ୦-୫ରେ ୪ ଥର ବିଶ୍ବ ବିଜୟିନୀ ଜାପାନର ୟୁଇ ସୁସାକିଙ୍କଠୁ ହାରି ଯାଇଥିଲେ। ସେମିରେ ସେ କାଜାଖସ୍ତାନର ଜିନେପ ବେୟାନୋଭାଙ୍କୁ ୭-୩ରେ ମାତ୍ ଦେଇଥିଲେ।

58 minutes ago
1


